www.samajalive.in
Saturday, December 6, 2025
26.1 C
Bhubaneswar

ସଡକ ଦୁର୍ଘଟଣାରେ ଟାଟାସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ପରଲୋକ

ଡେସ୍କ: ମୁମ୍ବାଇ ପାଲଘର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଟାଟାସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ପାଲଘର ପୁଲିସର ସୂଚନାନୁସାରେ, ମିସ୍ତ୍ରୀ ଅହମ୍ମଦାବାଦରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ବେଳେ ତାଙ୍କ କାର ଡିଭାଇଡରକୁ ଧକ୍କା ଦେଇଥିଲା। କାରରେ ଚାରି ଜଣ ଲୋକ ଥିଲେ। ମିସ୍ତ୍ରୀଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ଟ୍ୱିଟରରେ ଜାତୀୟତାବାଦୀ କଂଗ୍ରେସ ପାର୍ଟିର ସାଂସଦ ସୁପ୍ରିୟା ସୁଲେ କହିଛନ୍ତି, ଅତ୍ୟନ୍ତ ଦୁଖଦଃ ଖବର। ମୋର ଭାଇ ସାଇରସ୍ ମିସ୍ତ୍ରୀଙ୍କର ଦେହାନ୍ତ ହୋଇଛି, ଏହାକୁ ବିଶ୍ୱାସ କରିହେଉନି।

- Advertisement -

ମିସ୍ତ୍ରୀଙ୍କ ଦେହାନ୍ତରେ ଆରପିଜି ଏଣ୍ଟରପ୍ରାଇଜେସ୍ ଅଧ୍ୟକ୍ଷ ହର୍ଷ ଗୋଏଙ୍କା ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ କରିଛନ୍ତି, ଦୁର୍ଘଟଣାରେ ସାଇରସ୍ ମିସ୍ତ୍ରୀଙ୍କ ଦେହାନ୍ତ ହେବାର ଖବର ଶୁଣି ଅତ୍ୟନ୍ତ ଦୁଃଖିତ। ସେ ଜଣେ ଭଦ୍ରଲୋକ ଥିଲେ। ସେ ସଫଳ ଭାବରେ ଟାଟା ଗୋଷ୍ଠୀର ନେତୃତ୍ୱ ନେଇଥିଲେ।

୨୦୧୬ ଅକ୍ଟୋବରରେ ଟାଟାସନ୍ସର ଅଧ୍ୟକ୍ଷ ଥିବା ମିସ୍ତ୍ରୀଙ୍କୁ ଏହି ପଦରୁ ବହିଷ୍କାର କରାଯାଇଥିଲା। ରତନ ଟାଟା ଅବସର ଘୋଷଣା କରିବା ପରେ ସେ ୨୦୧୨ ଡିସେମ୍ବରରେ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories