www.samajalive.in
Friday, December 12, 2025
26.1 C
Bhubaneswar

ଏସିଆନ ଚମ୍ପିଆନ୍‍ସ ଟ୍ରଫି ପୁରୁଷ ହକି : ଭାରତୀୟ ଦଳର ଓମାନ୍‍ ଗସ୍ତ

ଭୁବନେଶ୍ୱର : ଓମାନର ମସ୍କାଟରେ ଅକ୍ଟୋବର ୧୮ରୁ ୨୮ ପର୍ଯ୍ୟନ୍ତ ୫ମ ଏସିଆନ ଚମ୍ପିଆନ୍‍ସ ଟ୍ରଫି ପୁରୁଷ ହକି ପ୍ରତିଯୋଗିତା ଖେଳାଯିବ। ଏଥିପାଇଁ ୧୮ଜଣିଆ ଭାରତୀୟ ଦଳ ମସ୍କାଟ୍‍ ଗସ୍ତ କରିଛି। ଅଧିନାୟକ ମନ୍‍ପ୍ରୀତ ସିଂହ ଓ ପ୍ରଶିକ୍ଷକ ହରେନ୍ଦ୍ର ସିଂହଙ୍କ ନେତୃତ୍ୱରେ ଭାରତୀୟ ଖେଳାଳି ସୋମବାର ପୂର୍ବାହ୍ନରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଓମାନ୍‍ ଗସ୍ତ କରିଛନ୍ତି। ନଭେମ୍ବର ୨୮ରୁ ଖେଳାଯିବାକୁ ଥିବା ବିଶ୍ୱକପ ହକି ପ୍ରତିଯୋଗିତା ପୂର୍ବରୁ ଗତଥରର ଚମ୍ପିଆନ ଭାରତ ପାଇଁ ଏସିଆନ୍‍ ଚମ୍ପିଆନ୍‍ସ ଟ୍ରଫି ହକି ବେଶ୍‍ ଗୁରୁତ୍ୱ ବହନ କରୁଛି। ଏସିଆନ ଚମ୍ପିଆନ୍‍ସ ଟ୍ରଫିରେ ଭଲ ପ୍ରଦର୍ଶନ କରି ଟାଇଟଲ ବଜାୟ ରଖିବା ନେଇ ଭାରତ ଲକ୍ଷ୍ୟରଖିଛି। ଏସୀୟ କ୍ରୀଡ଼ାର ତ୍ରୁଟିକୁ ସୁଧାରି ବିଶ୍ୱକପ ପୂର୍ବରୁ ମନୋବଳକୁ ଉଚ୍ଚକରିବା ଲାଗି ଏସିଆନ ଚମ୍ପିଆନ୍‍ସ ଟ୍ରଫି ଟାଇଟଲ ବଜାୟ ରଖିବା ନେଇ ଭାରତ ଲକ୍ଷ୍ୟରଖିଛି। ପ୍ରତିଯୋଗିତାରେ ଭାରତ ସମେତ ଓମାନ୍‍, ପାକିସ୍ତାନ, ଦକ୍ଷିଣ କୋରିଆ, ମାଲେସିଆ ଓ ଜାପାନ ଦଳ ରହିଛନ୍ତି। ସୂଚନାଯୋଗ୍ୟ, ୨୦୧୧ରେ ଖେଳା ଯାଇଥିବା ଏସିଆନ ଚମ୍ପିଆନ୍‍ସ ଟ୍ରଫି ହକିର ପ୍ରଥମ ଓ ୨୦୧୬ରେ ଖେଳା ଯାଇଥିବା ୪ର୍ଥ ସଂସ୍କରଣରେ ଭାରତ ଚମ୍ପିଆନ ହୋଇଥିଲା।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories