www.samajalive.in
Friday, December 12, 2025
14.1 C
Bhubaneswar

ବିଜେପି ବିଧାୟକଙ୍କ କବଳରୁ ନିଜ ଝିଅଙ୍କୁ ବଞ୍ଚାନ୍ତୁ : ରାହୁଲ ଗାନ୍ଧୀ

ଦାତିଆ : କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ସୋମବାର ମଧ୍ୟପ୍ରଦେଶର ଦାତିଆସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ପୀତାମ୍ବରା ପୀଠରେ ପୂଜାର୍ଚ୍ଚନା ପୂର୍ବକ ଦୁଇଦିନିଆ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ରାହୁଲ ରାଜ୍ୟ କଂଗ୍ରେସ ସଭାପତି ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ପ୍ରଚାର କମିଟି ଅଧ୍ୟକ୍ଷ କମଳ ନାଥଙ୍କ ସହିତ ମନ୍ଦିର ଦର୍ଶନ କରିଥିଲେ। ଏଠାରେ ଆୟୋଜିତ ଏକ ଶୋଭାଯାତ୍ରାରେ ଦଳର କର୍ମୀଙ୍କୁ ଉଦ୍‍ବୋଧନ ଦେଲାବେଳେ ବିଜେପି ବିରୋଧରେ ବିଷୋଦ୍‍ଗାର କରିଛନ୍ତି। ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିକୁ ଆକ୍ରମଣ ପୂର୍ବକ ନିଜର ଝିଅଙ୍କୁ ବିଜେପି ବିଧାୟକଙ୍କ କବଳରୁ ରକ୍ଷା କରିବା ପାଇଁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି।
‘ପ୍ରଧାନମନ୍ତ୍ରୀ ବେଟି ବଚାଓ, ବେଟି ପଢ଼ାଓ ସ୍ଲୋଗାନ୍‍ ଦେଇଛନ୍ତି। ଆମେ ଏହାକୁ ପ୍ରଶଂସା କରୁଛୁ; କିନ୍ତୁ ନିଜ ଦଳର ବିଧାୟକ ଜଣେ ଯୁବତୀଙ୍କୁ ବଳାତ୍କାର କରିବା ଓ ତାଙ୍କ ବାପାଙ୍କୁ ହତ୍ୟା କରାଇଛନ୍ତି। ଏହି ଭୟଙ୍କର ଘଟଣାକୁ ଚାପିଦେବା ପାଇଁ ଓ ଅଭିଯୁକ୍ତ ବିଧାୟକଙ୍କୁ ସୁରକ୍ଷା ପ୍ରଦାନ ଲାଗି ବିଜେପି ପକ୍ଷରୁ ଉଦ୍ୟମ ହୋଇଥିଲାବେଳେ ପ୍ରଧାନମନ୍ତ୍ରୀ ନିରବ ରହିଛନ୍ତି। ଅଦ୍ୟାବଧି ସମ୍ପୃକ୍ତ ବିଧାୟକଙ୍କୁ ଦଳରୁ ନିଲମ୍ବନ ମଧ୍ୟ କରିନାହାନ୍ତି’ ବୋଲି ରାହୁଲ କହିଛନ୍ତି। ଏହି ପରିପ୍ରେକ୍ଷୀରେ ମୋଦୀଜୀଙ୍କ ବାସ୍ତବ ସ୍ଲୋଗାନ୍‍ ହେଉଛି ‘ବେଟି ପଢ଼ାଓ ଔର ବେଟି କୋ ବିଜେପି କେ ବିଧାୟକ ସେ ବଚାଓ’ ବୋଲି ରାହୁଲ ଆକ୍ଷେପ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ହୃଦୟରେ ଦଳିତ ଓ ନିଷ୍ପେଷିତ ମହିଳାଙ୍କ ପାଇଁ ସ୍ଥାନ ନାହିଁ; କେବଳ ମେହୁଲ ଭାଇ, ନିରବ ଭାଇ, ଅନିଲ ଭାଇ, ଲଳିତ ଭାଇଙ୍କ ସହ ଶିଳ୍ପପତିମାନଙ୍କ ପାଇଁ ସ୍ଥାନ ରହିଛି। ମୋଦୀ ସୁଟ୍‍-ବୁଟ୍‍ ବାଲା ଲୋକଙ୍କୁ ଛାଡ଼ିଦେଲେ କେବେ ଶ୍ରମିକ ଓ କୃଷକଙ୍କୁ ଭାଇ ସମ୍ବୋଧନ କରନ୍ତି ନାହିଁ ବୋଲି ରାହୁଲ କହିଛନ୍ତି।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ମା’ ପୀତାମ୍ବରା ପୀଠ ପରିଚାଳନା ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷା ଅଛନ୍ତି। ପୀଠର ଜଣେ ପୂଜକଙ୍କ କହିବାନୁଯାୟୀ, ୧୯୭୯ରେ ଇନ୍ଦିରା ଗାନ୍ଧୀ ଏଠାରେ ପୂଜାର୍ଚ୍ଚନା କରିବା ପରେ ୧୯୮୦ରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ରାଜୀବ ଗାନ୍ଧୀ ମଧ୍ୟ ୧୯୮୪-୮୫ରେ ଏହି ଶକ୍ତିପୀଠ ଦର୍ଶନ କରିଥିଲେ। ବରିଷ୍ଠ କଂଗ୍ରେସ ନେତା କମଳାପତି ତ୍ରିପାଠୀ ଏଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ପରେ ଅସୁସ୍ଥ ଥିବା ଜବାହାର ଲାଲ ନେହେରୁ ସୁସ୍ଥ ହୋଇଥିଲେ ବୋଲି ମଧ୍ୟ କୁହାଯାଏ।

Hot this week

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

Related Articles

Popular Categories