www.samajalive.in
Saturday, December 6, 2025
26.1 C
Bhubaneswar

ନବୋଦୟ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ

ପାତ୍ରପୁର : ଗଞ୍ଜାମଜିଲ୍ଲା ସୁରଙ୍ଗୀ ଜବାହର ନବୋଦୟ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ କବାଡି ପ୍ରତିଯୋଗିତା ଅନୁଷ୍ଟିତ ହୋଇ ଥିଲା । ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ସାତଟି ନବୋଦୟ ବିଦ୍ୟାଳୟ କୋରାପୁଟ ,ନବରଙ୍ଗପୁର,ରାୟଗଡା ,ମାଲକାନଗିରିର ଦୁଇଟି ବିଦ୍ୟାଳୟ,ଗଜପତି ଏବଂ ଗଞ୍ଜାମଜିଲ୍ଲାର ୧୧୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଏହି ଖେଳାଳି ମାନଙ୍କ ମଧ୍ୟରୁ ଭଲ ଖେଳିଥିବା ପିଲାଙ୍କୁ ନେଇ ଉଭୟ ବାଳକ ବାଳିକାଙ୍କ ତିନୋଟି ଲେଖାଏ ଦଳ ଗଠନ କରାଯାଇଛି।
ଏହି ସମସ୍ତ ଦଳ ଚଳିତ ମାସ କୋଡ଼ିଏ ରୁ ବାଇଶି ପର୍ଯ୍ୟନ୍ତ ମୟୁରଭଞ୍ଜ ନବୋଦୟ  ବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ରିଜିନାଲ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ଲାଗି ସ୍ଥିର ହୋଇଛି। ଏହି କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଅଧ୍ୟକ୍ଷ ଅଭିମନ୍ୟୁ ଭଟ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଉଦଯାପନୀ ଦିବସରେ ଗଂଜାମ ଜିଲ୍ଲା ଶାରୀରିକ ଶିକ୍ଷା ନିର୍ଦ୍ଦେଶକ ସୀମାଞ୍ଚଳ ବାରିକ ଯୋଗ ଦେଇ କ୍ରୀଡ଼ାର ମହତ ସମ୍ପର୍କରେ କହିଥିଲେ। ବିଦ୍ୟାଳୟର କ୍ରୀଡା ଶିକ୍ଷକ ସୂର୍ଯ୍ୟକାନ୍ତ ଘଡେଇଙ୍କ ପ୍ରତ୍ୟେକ୍ଷ ତତ୍ବବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇ ଥିବାବେଳେ ବିଦ୍ୟାଳୟର ସମସ୍ତ  ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ କର୍ମଚାରୀ ସହଯୋଗ କରିଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories