www.samajalive.in
Monday, December 8, 2025
17.1 C
Bhubaneswar

ମାତ୍ର ୫ ମିନିଟ୍ ଖରାରେ ରହିଲେ ଏହି ରୋଗ ଦୂର ହୁଏ

ଅନେକ ଲୋକ ବର୍ତ୍ତମାନ ଟିବି ରୋଗରେ ଆକ୍ରାନ୍ତ ହେଉଛନ୍ତି। ସାମାନ୍ୟ କାଶ ହେଲେ ଲୋକମାନେ ଟିବି ହେବା ଆଶଙ୍କା କରିଥାନ୍ତି। ଏହା ଏକ ସଂକ୍ରାମକ ରୋଗ ଅଟେ। ଟିବି ରୋଗରୁ ରକ୍ଷା ପାଇବାକୁ ଚାହୁଁଥିଲେ ପ୍ରତିଦିନ ଅତି କମରେ ପାଞ୍ଚ ମିନିଟ ଖରାରେ ରୁହନ୍ତୁ। ଏପରି କରିବା ଦ୍ବାରା ଆପଣ ନୀରୋଗ ରହି ପାରିବେ।

ଲକ୍ଷ୍ନୌରେ ଅନୁଷ୍ଠିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସାଇନ୍ସ ଫେଷ୍ଟିଭାଲ (ଆଇ ଆଇ ଏସ୍ ଏଫ୍)ର ସ୍ବାସ୍ଥ୍ୟ କନକ୍ଲେଭରେ କିଙ୍ଗସ ଜର୍ଜ ମେଡିକାଲ ୟୁନିଭର୍ସ ୟୁନିଭର୍ସିଟିର ରେସ୍ପିରେଟେରି ମେଡିସିନର ମୁଖ୍ୟ ଡାକ୍ତର ସୂର୍ଯ୍ୟକାନ୍ତ କହିଛନ୍ତି ଯେ, ଖରାରେ ଆମେ କିଛି ସମୟ ଠିଆ ହେବା ଦ୍ବାରା ଆମ ଶରୀରରୁ  ଟିବିର ବ୍ୟାକ୍ଟେରିଆ ମରିଯାଆନ୍ତି।

- Advertisement -

ଏକ ତଥ୍ୟରୁ ଜଣାଯାଇଛି ଯେ, ଭାରତରେ ବର୍ତ୍ତମାନ ପ୍ରାୟ ୩୨ ଲକ୍ଷ ଟିବି ରୋଗୀ ଅଛନ୍ତି। ଟ୍ରାନ୍‌ସ ଫ୍ୟୁଜନ୍‌ ମେଡିସିନ୍‌ ବିଭାଗର ମୁଖ୍ୟ ଡାକ୍ତର ତୁଲିକା ଚନ୍ଦ୍ରା କହିଛନ୍ତି ଯେ, ପ୍ରତି ତିନି ମାସରେ ରକ୍ତଦାନ କରିବା ଉଚିତ। ଏହା ଫଳରେ ରକ୍ତରେ ମୋବିଲିଟି ବଢ଼ିଥାଏ। ଏହାସହ ହୃଦଘାତର ଆଶଙ୍କା ମଧ୍ୟ ପାଞ୍ଚ ପ୍ରତିଶତ ହ୍ରାସ ପାଇଥାଏ। ଏଣୁ ଉପରୋକ୍ତ ଦିଗପ୍ରତି ଧ୍ୟାନ ଦେଲେ ଟିବି ସଂକ୍ରମଣ ହେବାର ଆଶଙ୍କା ଖୁବ୍ କମିଯାଇଥାଏ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories