www.samajalive.in
Saturday, December 6, 2025
26.1 C
Bhubaneswar

ଜରାୟୁ କର୍କଟ ବିରୋଧରେ ଦେଶକୁ ମିଳିଲା ପ୍ରଥମ ଟିକା

ନୂଆଦିଲୀ: ଜରାୟୁ କର୍କଟ ବିରୋଧୀ ଯୁଦ୍ଧରେ ଦେଶକୁ ମିଳିଛି ଏକ ପ୍ରଭାବଶାଳୀ ଅସ୍ତ୍ର। ଗୁରୁବାର ଦେଶରେ ଜରାୟୁ କର୍କଟ ନିରୋଧୀ ପ୍ରଥମ ଟିକା ଲଞ୍ଚ୍ ହୋଇଛି। ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଦ୍ବାରା ପ୍ରସ୍ତୁତ ଏହି ଟିକାକୁ କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଲଞ୍ଚ୍‌ କରିଛନ୍ତି। କ୍ବାଡ୍ରିଭାଲେଣ୍ଟ ହ୍ୟୁମାନ୍‌ ପାପିଲୋମା ଭାଇରସ ନାମକ ଏହି ଟିକା ସମ୍ପୂର୍ଣ୍ଣ ସ୍ବଦେଶୀ। ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର୍(ଆଇଆଇସି)ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେରମ୍‌ ସିଇଓ ଅଦାର ପୁନାୱାଲା ଉପସ୍ଥିତ ଥିଲେ। ଟିକାର ଦର ଖୁବଶୀଘ୍ର ନିର୍ଦ୍ଧାରଣ ହେବ। କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ଦର ଚୂଡ଼ାନ୍ତ ହେବ। କିନ୍ତୁ ଏହାର ଦର ପାଖାପାଖି ୨ଶହରୁ ୪ଶହ ଟଙ୍କା ରହିବ ବୋଲି କହିଛନ୍ତି ପୁନାୱାଲା।


ମିଳିଥିବା ସୂଚନା ଅନୁଯାୟୀ, ଜରାୟୁ କର୍କଟ ଭଳି ଗମ୍ଭୀର ରୋଗକୁ ରୋକିବା ପାଇଁ ଏହି ଟିକା ପ୍ରଥମେ ୯ରୁ ୧୪ ବର୍ଷ ବୟସର ଝିଅମାନଙ୍କୁ ଦିଆଯିବ। ଏହି ଟିକା ବିଷୟରେ ଜ୍ଞାନ ଥିବା ଏକ ସୂତ୍ରରୁ ପ୍ରକାଶ ଯେ, ପ୍ରଥମେ ଏହି ଟିକା କେବଳ ଝିଅମାନଙ୍କୁ ଦିଆଯିବ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories