www.samajalive.in
Sunday, December 14, 2025
14.1 C
Bhubaneswar

କଲ୍ୟାଣି ପୋଲର ଗାର୍ଡୱାଲ ସଟର ପ୍ଲେଟ ତଳେ ପଡି ଶ୍ରମିକଙ୍କ ମୃତ୍ୟୁ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ସଦର କଲ୍ୟାଣି ନଦୀର ସୁରକ୍ଷା କାନ୍ଥର ସଟର ପ୍ଲେଟ ବାହାର କରିବା ବେଳେ ଶ୍ରମିକ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ଶ୍ରମିକଙ୍କ ନାମ ହେଲା କାଶରୀ ମାଝୀ ବୟସ ୫୫ କାଶୀପୁର ବ୍ଳକର ମଣିଷ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିଙ୍ଗାରି ଖଡ଼କା ଗ୍ରାମର ବୋଲି ଜଣାପଡିଛି। ଆଜି ସକାଳେ କଲ୍ୟାଣି ନଦୀ ନିକଟରେ ପୋଲ ଓ ରାସ୍ତାକୁ ସୁରକ୍ଷା ଦେବାକୁ ଥିବା କାନ୍ଥ ନିର୍ମାଣରେ ଲାଗିଥିବା ସଟର ପ୍ଲେଟ ବାହାର କରୁଥିବା ସମୟରେ ଗାର୍ଡୱାଲ ସଟର ପ୍ଲେଟ ତଳେ ଚାପି ହୋଇ ରହିଯାଇଥିବା ଦେଖିବକୁ ମିଳିଛି।

ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିବାବେଳ ଅଗ୍ନିସମ ବିଭାର କର୍ମଚାରୀ ମାନେ ପହଁଚି ଶବ ଟି କୁ ଉଦ୍ଧାର କରିଥିଲେ। ପରିବାର ଲୋକେ ଘଟଣା ସ୍ଥଳରେ ପହଁଚି କ୍ଷତିପୂରଣ ଦାବୀ କରି ଥିବା ଜଣାପଡିଛି। ଏହାପରେ ପୋଲିସ ଶବ ବ୍ୟବଛେଦ କରି ପାରିବାର ବର୍ଗକୁ ଅସ୍ତାନ୍ତର କରିଛି। ସରକାର ଙ୍କ ନିୟମ ଅନୁଯାୟୀ ଶ୍ରମିକ ମାନଙ୍କୁ କାର୍ଯ୍ୟ ରେ ନିଅଜୀତ ଥିବା ସମୟ ରେ ସୁରକ୍ଷା ପାଇଁ ହେଲମେଟ୍, ବୁଟୁ, ଗ୍ଲୋବସ, ଠିକା ସଂସ୍ଥା ପକ୍ଷରୁ ଜଗାଇଦେବକୁ ନିୟମ ରହିଛି ଠିକାଦାରଜଣଙ୍କ ନିୟମକୁ ଖୁଲମ୍ ଖୋଲା ଭାବେ ଉଲ୍ଲଙ୍ଘନ କରୁଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି।

Hot this week

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

Related Articles

Popular Categories