www.samajalive.in
Saturday, December 13, 2025
26.1 C
Bhubaneswar

ଶାଶୁଘର ଛାଡିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ବର: ବିଜେଡ଼ି ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲାରେ ବର୍ଷା ଶାଶୁଘର ଛାଡ଼ିବାକୁ ଏସଡିଜେଏମ କୋର୍ଟ ଦେଇଥିବା ନିଷ୍ପତ୍ତି କାଏମ ରହିଛି। ଏ ନେଇ ଜିଲା ଜଜ୍‌ କୋର୍ଟରେ ଚାଲିଥିବା ମାମଲାର ଅନ୍ତ ଘଟାଇଛନ୍ତି କୋର୍ଟ। ଜିଲା ଜଜ୍‌ କୋର୍ଟରେ ବର୍ଷା ଶାଶୁଘର ଛାଡ଼ିବା ଜଣାଇବାରୁ ମାମଲାର ଅନ୍ତ ଘଟାଇଛନ୍ତି କୋର୍ଟ। ମାସକ ମଧ୍ୟରେ ଶାଶୁଘର ଛାଡ଼ିବାକୁ କୋର୍ଟରେ ଜଣାଇଲେ ବର୍ଷା। ପୂର୍ବରୁ ଏ ନେଇ ଅନୁଭବଙ୍କ ଆବେଦନକୁ ଗ୍ରହଣ କରିଥିଲେ ଏସଡିଜେଏମ। ବର୍ଷା ଶାଶୁଘର ଛାଡ଼ିବା ନେଇ ଆବେଦନ ଗ୍ରହଣ ହୋଇଥିଲା। ବର୍ଷା ଅନ୍ୟତ୍ର ରହିବା ପାଇଁ ଘରଭଡ଼ା ଦେବାକୁ କହିଥିଲେ କୋର୍ଟ। ମାସିକ ୩୦ହଜାର ଟଙ୍କା ଦେବାକୁ କୋର୍ଟ ନିର୍ଦେଶ ଦେଇଥିଲେ। ଏସଡିଜେଏମଙ୍କ ନିର୍ଦେଶକୁ ଚାଲେଞ୍ଜ କରି ଜିଲା ଜଜ୍‌ କୋର୍ଟ ଯାଇଥିଲେ ବର୍ଷା ପ୍ରିୟଦର୍ଶିନୀ। ମାମଲାର ପ୍ରାରମ୍ଭିକ ଶୁଣାଣି କରି ଜିଲା ଜଜ ସ୍ଥଗିତାଦେଶ ଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories