www.samajalive.in
Monday, December 8, 2025
20.1 C
Bhubaneswar

ଉଜୁଡ଼ା ଶୈଶବ ହସିଉଠିଲା: ଦୁଇ ଅଭାବୀ ଶିଶୁ ପାଠ ପଢ଼ିବାକୁ ଗଲେ

ଗୁରୁଡ଼ିଝାଟିଆ: ଅଭାବ ଅନାଟନ ଭିତରେ ଦିଓଳି ଦୁଇମୁଠା ଖାଇବାକୁ ନପାଇ ଭୋକ ଉପାସରେ ରହୁଥିବା ରୋଗାଗ୍ରସ୍ତ ଦୁଇଶିଶୁଙ୍କ ମୁହଁରେ ହସ ଫୁଟିଛି। ସେମାନେ ପାଠ ପଢ଼ିବାକୁ କଟକ ଯାଇଛନ୍ତି। ‘ସମାଜ’ରେ ତଥ୍ୟ ଭିତ୍ତିକ ଖବର “ଚିତ୍ର ସୁଚାଉଛି ଜନଜାତି ବିକାଶର ଚିତ୍ର” ଉଜୁଡା ଶୈଶବ ଶୀର୍ଷକ ଖବର ପ୍ରକାଶ ପରେ ଆଜି ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତି ମହାନ୍ତି ଓ ଚାଇଲ୍ଡଲାଇନର ସଂଯୋଜକ ନାରାୟଣ ଶୁକ୍ଳା ପହଞ୍ଚିଥିଲେ ଦୁଇଶିଶୁଙ୍କ ପାଖରେ। ବସ୍ତ୍ର ନପାଇ ଫୁଙ୍ଗୁଳା ବୁଲୁଥିବା, ସଠିକ୍‍ ଭାବରେ ଦିଓଳି ଦୁଇମୁଠା ଖାଇବାକୁ ନପାଇ ରୋଗଗ୍ରସ୍ତ ହୋଇପଡ଼ିଥିବା ଦୁଇଶିଶୁ ବିଶ୍ୱନାଥ(୬) ଓ ରାଜେଶ(୪)ଙ୍କୁ ଦେଖି ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ବ୍ୟଥିତ ହୋଇଥିଲେ। ସେମାନଙ୍କ ଫୁଙ୍ଗୁଳା ଦେହକୁ ଲୁଚାଇବା ପାଇଁ ନୂତନ ପ୍ୟାଣ୍ଟ, ସାର୍ଟ ପିନ୍ଧାଇବା ସହ ତାଙ୍କୁ ପାଠ ପଢ଼ାଇବା ନିମନ୍ତେ ଉପସ୍ଥିତ ଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ମହାନ୍ତିଙ୍କୁ କହିଥିଲେ। ଦୁଇଶିଶୁଙ୍କୁ ତାଙ୍କ ମାଆ ଦୁଲି ପୂର୍ତ୍ତିଙ୍କ ସମ୍ମତିରେ କଟକର ‘ବସୁନ୍ଧରା’କୁ ପଠାଯାଇଛି। ସେଠାରେ ଦୁଇଶିଶୁଙ୍କ ଖାଦ୍ୟ ଅଭାବ ଜନିତ ଅପପୁଷ୍ଟି ଓ ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ଶରୀରରେ ସୃଷ୍ଟି ହୋଇଥିବା କାଛୁକୁଣ୍ଡିଆକୁ ଭଲ କରାଯିବା ପରେ ବିଦ୍ୟାଳୟରେ ନାମ ଲେଖାଇବେ ବୋଲି ଶ୍ରୀମତୀ ମହାନ୍ତି କହିଥିଲେ।

ପ୍ରକାଶଯୋଗ୍ୟ, ଦୁଲି ପୁର୍ତ୍ତି(୨୨)ଙ୍କୁ ଛାଡି ତାଙ୍କ ସ୍ୱାମୀ ଗୋବିନ୍ଦ ୩ବର୍ଷ ହେବ କେଉଁଆଡେ ପଳାଇଛନ୍ତି। ଘରକୁ ଆଉ ଫେରିଲେ ନାହିଁ। ବହୁ ଖୋଜାଖୋଜି କଲେ। ଶେଷରେ ଅସହାୟ ହୋଇ ନିଜର ବାପଘର ଘଣ୍ଟିଖାଲକୁ ପଳାଇ ଆସିଥିଲା। କିନ୍ତୁ ବିଧବା ମାଆ ଉପରେ ବୋଝ ହୋଇଥିଲେ ଦୁଲି ଓ ତାଙ୍କ ଦୁଇ ଶିଶୁପୁତ୍ର। କାରଣ ବିଧବା ମାଆ ଉପରେ ୪ଟି ସାନପୁଅ, ଗୋଟିଏ ଝିଅ ସହିତ ଦୁଲି ଏବଂ ତାର ଦୁଇପୁଅ ନିର୍ଭର କରିବାରୁ ଦିଓଳି ଦୁଇମୁଠା ଖାଇବା ମିଳୁନଥିଲା। ଫଳରେ ଦୁଲିଙ୍କ ଦୁଇଶିଶୁ ଦିଓଳି ଦୁଇମୁଠା ଖାଇବାକୁ ନପାଇ ଅପପୁଷ୍ଟି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏଭଳି ଅବସ୍ଥାରେ ପାଠ ପଢ଼ିବେ ବା କିପରି? ହେଲେ ଆଜି ଉଜୁଡି ଯାଇଥିବା ଶିଶୁଙ୍କ ଜୀବନ ହସିଉଠିଛି। ପାଠ ପଢ଼ିବାକୁ ଯାଇଛନ୍ତି କଟକ। ମା ଦୁଲି ଓ ଆଈ ମଧ୍ୟ ବେଶ ଖୁସି। କିଛି ନହେଲେ ବି ପିଲା ଦୁଇଟି ମଣିଷ ହୋଇପାରିବେ। ପ୍ରଶାସନର ଏଭଳି ତ୍ୱରିତ ପଦକ୍ଷେପକୁ ଯୁବ ସଂଗଠକ ସନ୍ତୋଷ ବେହେରା ଓ ସରପଞ୍ଚଙ୍କ ପ୍ରତିନିଧି ସୁବାସ ବିଶ୍ୱାଳ ସାଧୁବାଦ ଜଣାଇଛନ୍ତି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories