www.samajalive.in
Tuesday, December 9, 2025
17.1 C
Bhubaneswar

ପ୍ରଧାନଶିକ୍ଷକଙ୍କ ଦାୟିତ୍ବହୀନତା ଯୋଗୁଁ ୧୨ଜଣ ଛାତ୍ରଛାତ୍ରୀ ଭୁଇଁରୋଳ ଆକ୍ରମଣର ଶିକାର

ସିମୁଳିଆ: କୂଳଧରବିନ୍ଧା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଦାୟିତ୍ବହୀନତା ଯୋଗୁଁ ୧୨ଜଣ ଛାତ୍ରଛାତ୍ରୀ ଯନ୍ତ୍ରଣାରେ ଛଟପଟ ହେଉଥିବାର ଦେଖିବାକୁ ମିଳିଛି। ସୂଚନାରୁ ପ୍ରକାଶ, ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଳକ ଅନ୍ତର୍ଗତ ଅଣ୍ଡରାଇ ଗ୍ରାମର କୂଳନ୍ଧରବିନ୍ଧା ପ୍ରାଥମିକ ବିଦ୍ୟାଳୟରେ ଭରତ ଚନ୍ଦ୍ର ସିଂହ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି । ସୋମବାର ଦିନ ବିଦ୍ୟାଳୟରେ ଗଣେଶ ପୂଜା ନିମନ୍ତେ ନଳକୂପ ନିକଟରେ ସଫେଇ କରିବା ନିମନ୍ତେ ଛୋଟ ପିଲାମାନଙ୍କୁ କହିଥିଲେ। ୧୨ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପ୍ରଧାନଶିକ୍ଷକଙ୍କ କଥା ମାନି ସଫେଇ କାମ କରୁଥିବା ବେଳେ ବହୁଦିନରୁ ସେଠାରେ ଥିବା ଭୂଇଁରୋଳ ପୋକ ପିଲାମାନଙ୍କୁ ଆକ୍ରମଣ କରିଥିଲା । ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ ବିକଳରେ ପିଲାମାନେ ଧାଇଁବାକୁ ଲାଗିଥିଲେ । ଖବର ପାଇ ପିଲାମାନଙ୍କ ଅଭିଭାବକମାନେ ଆସି ସେମାନଙ୍କ ପିଲାମାନଙ୍କୁ ତୁରନ୍ତ ସାବରଙ୍ଗ ଡାକ୍ତରଖାନା ଓ ବିଭିନ୍ନ ମେଡିକାଲକୁ ନେଇଯାଇ ଚିକିତ୍ସା କରାଇଥିଲେ । ଆଜି ସେହି ପିଲାମାନେ ବିଦ୍ୟାଳୟକୁ ଆସି ନଥିବାବେଳେ ସେମାନଙ୍କର କିଛି ଅଭିଭାବକମାନେ ବିଦ୍ୟାଳୟ ମୁଖ୍ୟଫାଟକକୁ ତାଲା ପକାଇ ଦେଇଥିଲେ । ବୁଝାସୁଝା କରିବା ପରେ ଫାଟକ ଖୋଲିଥିବା ଦେଖିବାକୁ ମିଳିଥିଲା। ଅଭିଭାବକ ଓ ପିଲାମାନେ କହିବା ଅନୁଯାୟୀ, ପ୍ରଧାନ ଶିକ୍ଷକ ସେମାନଙ୍କୁ ସଫେଇ କାମ କରିବାକୁ ପଠାଇବାରୁ ଏଭଳି ଅଘଟଣା ଘଟିଥିଲା। ଏ ସଂକ୍ରାନ୍ତରେ ପ୍ରଧାନ ଶିକ୍ଷକ ଶ୍ରୀ ସିଂହଙ୍କୁ ପଚାରିବାରୁ ପିଲାମାନେ ଖେଳଛୁଟିରେ ଖେଳୁଥିବା ଅବସରରେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ମୋ ପାଖରେ ପଇସା ନଥିବାରୁ ସେମାନଙ୍କୁ ଚିକିତ୍ସା ନିମନ୍ତେ ନେଇ ପାରି ନଥିଲି ବୋଲି କହିଥିଲେ । ସିମୁଳିଆ ଅତିରିକ୍ତ ଶିକ୍ଷାଅଧିକାରୀ ଗଦାଧର ଦାସ ତଦନ୍ତ ନିମନ୍ତେ ସିଆରସିସିଙ୍କୁ ପଠାଇଥିଲେ। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories