www.samajalive.in
Sunday, December 14, 2025
15.1 C
Bhubaneswar

ବିଭିନ୍ନ ସମସ୍ୟା ନେଇ ସ୍କୁଲ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଠାକୁରମୁଣ୍ଡା :  ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର ଆଦିବାସୀ , ହରିଜନ ବିଭାଗ ଦ୍ଵାରା ପରିଚାଳିତ କେଶଡ଼ିହା ଆଶ୍ରମସ୍କୁଲର ଦେଖା ଦେଇଛି ବିଭିନ୍ନ ସମସ୍ୟା । ଏଇ ସମସ୍ୟାର ସମାଧାନ ପାଇଁ ଆଜି ସକାଳ ୯ ଟା ବେଳୁ ସ୍କୁଲ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ ।
ପ୍ରକାଶ ଯେ ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ କେଶଡ଼ିହା ଆଶ୍ରମ ସ୍କୁଲରେ ପ୍ରଥମରୁ ୧୦ମ ଶ୍ରେଣୀ ପର୍ୟ୍ୟନ୍ତ ମୋଟ ୪୨୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ସେଥି ମଧ୍ୟରୁ ୩୨୦ ଜଣ ଛାତ୍ରଛାତ୍ରୀ ଆଶ୍ରମ ପରିସରରେ ଥିବା ହଷ୍ଟେଲରେ ରହି ପାଠ ପଢୁଛନ୍ତି। ଏ ସମସ୍ତଙ୍କ ପାଇଁ ମାତ୍ର ୧୧ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ନିଯୁକ୍ତି ପାଇଛନ୍ତି। ଆଦିବାସୀ ଛାତ୍ର/ ଛାତ୍ରୀଙ୍କ ପାଠ ପଢିବା ପାଇଁ ସରକାର ବିଦ୍ୟାଳୟରେ ଶ୍ରେଣୀ ଓ ହଷ୍ଟେଲ ଗୃହସହ ବିଜୁଳି,ପାଣି, ଖାଦ୍ୟ ଆଦିର ବ୍ୟବସ୍ଥା କରୁଥିବା ବେଳେ ପରବର୍ତ୍ତୀ ସମୟରେ ଏହାର ରକ୍ଷଣାବେକ୍ଷଣ ଏବଂ ପରିଚାଳନାଗତ ତ୍ରୁଟି କାରଣରୁ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାର ସମସ୍ୟାରେ ପଡୁଛନ୍ତି, ସମସ୍ୟା ସମ୍ପର୍କରେ ପୂର୍ବରୁ ମଧ୍ୟ ସ୍କୁଲ କମିଟି ଓ ଛାତ୍ରଛାତ୍ରୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ ସମସ୍ୟା ପ୍ରତି କେହି ଦୃଷ୍ଟି ନ ଦେବା କାରଣରୁ ଆଜି ବାଧ୍ୟ ହୋଇ ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ର ଛାତ୍ରୀ ମାନେ ।
ଖବର ଘଟଣା ସ୍ଥଳରେ ମହୁଲଡିହା ପୁଲିସ ଓ ଆଦିବାସୀ ଉନ୍ନୟନ ବିଭାଗର ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ , କରଞ୍ଜିଆ ଆଇଟିଡିଏ ଅଫିସର ଆସିଷ୍ଟାଣ୍ଡ ଇଂଞ୍ଜିନିୟର ଏସ ଏନ କର ପହଞ୍ଚି ଛାତ୍ର ଛାତ୍ରୀଙ୍କୁ  ବୁଝାସୁଝା କରୁଥିଲେ , ମାତ୍ର ଛାତ୍ରଛାତ୍ରୀ ନିଜ ଜିଦରେ ଅଟଳ ଥିଲେ । ଛାତ୍ରଛାତ୍ରୀଙ୍କ ଦାବି ସ୍କୁଲରେ ଦେଖା ଦେଇଥିବା ସମସ୍ୟାର ତୁରନ୍ତ ସମାଧାନ କରିବା ସହିତ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ତୁରନ୍ତ ବଦଳି କରାଯାଉ । ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ବିଭିନ୍ନ ସମୟରେ ଛାତ୍ରଛାତ୍ରୀଙ୍କୁ ଅଶାଳୀନ ଵ୍ୟବହାର କରିବା ସହିତ ଅତି ନିମ୍ନ ମାନର ଖାଦ୍ୟ ପ୍ରଦାନ କରିଥାନ୍ତି ବୋଲି ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଉପସ୍ଥିତ ଅଧିକାରୀ ମାନେ ଛାତ୍ର ଛାତ୍ରୀ ମାନଙ୍କ ସମସ୍ୟା ଜିଲ୍ଲା ଅଧିକାରୀଙ୍କୁ ଜଣାଇବା ସହ ଖୁବଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଦିନ ଗୋଟାଏ ବେଳେ ସ୍କୁଲ ଫାଟକ ତାଲା ଖୋଲିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories