www.samajalive.in
Saturday, December 6, 2025
26.1 C
Bhubaneswar

ବୋହୂକୁ ଦୁଆର ଖୋଲିଲେନି ଶଶୁର ଘର ଲୋକ – ବୁଲ୍‌ଡୋଜର ନେଇ ପହଞ୍ଚିଲା ପୁଲିସ

ବିଜନୋର – ଉତ୍ତର ପ୍ରଦେଶର ବିଜୋନରରେ ଏକ ଅଭାବନୀୟ ଘଟଣା ଘଟିଛି । ହାଇକୋର୍ଟଙ୍କ ନିର୍ଦେଶପରେ ଜଣେ ବୋହୂଙ୍କୁ ତାଙ୍କ ଶଶୁର ଘରେ ପ୍ରବେଶ ପାଇଁ ଅଧିକାର ମିଳିଥିଲା । ବୋହୂଙ୍କୁ ଶଶୁର ଘର ଲୋକମାନେ ଘରେ ପୁରାଇ ଦେଉ ନଥିଲେ । ଏହି ନିର୍ଦେଶ ପରେ ବି ତାଙ୍କୁ ଘରେ ପ୍ରବେଶ କରିବା ପାଇଁ ଦିଆଯାଇ ନଥିଲା ।

ସେ ପୁଲିସର ଆଶ୍ରୟ ନେଇଥିଲେ । ମାତ୍ର ଶଶୁର ଘର ଲୋକ ଦୁଆର ଖୋଲି ନଥିଲେ । ଏହାପରେ ପୁଲିସ ଏକ ବୁଲଡୋଜର ନେଇ ଆସିଥିଲା । ବୁଲଡୋଜର ଘର ପାଖରେ ପହଞ୍ଚିବା ପରେ ଶଶୁର ଘର ଲୋକ ଦୁଆର ଖୋଲିଥିଲେ । ୨୦୧୯ ମସିହାରେ ମହିଳାଙ୍କୁ ଯୌତୁକ ପାଇଁ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା ।

- Advertisement -

ଏହାପରେ ସେ ଆଇନର ଆଶ୍ରୟ ନେଇଥିଲେ । ପରେ ମାମଲା ହାଇକୋର୍ଟଙ୍କୁ ସ୍ଥାନାନ୍ତର ହାଇଥିଲା । ବୋହୂଙ୍କୁ ଘରେ ପ୍ରବେଶ ପାଇଁ କୋର୍ଟ ନିର୍ଦେଶ ଦେଇଥିଲେ । ମାତ୍ର ତାଙ୍କ ଶଶୁର ଘର ଲୋକ ଏଥିରେ ରାଜି ହୋଇନଥିଲେ । ପୁଲିସ ଏବଂ ପ୍ରଶାସନିକ ଅଧିକାରୀ ବୁଲ୍‌ଡୋଜର ଆଣିବା ପରେ ତାଙ୍କର ଘର ଦୁଆର ଖୋଲିଥିଲା । କଲୋନୀର ଲୋକଙ୍କ ଉପସ୍ଥିତିରେ ବୋହୂଙ୍କୁ ତାଙ୍କ ଶଶୁର ଘରେ ପ୍ରବେଶ କରାଇଥିଲା ପୁଲିସ

Hot this week

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

Related Articles

Popular Categories