www.samajalive.in
Sunday, December 14, 2025
26.1 C
Bhubaneswar

ଆପଣଙ୍କ ଫୋନ୍‌ 5Gକୁ ସପୋର୍ଟ କରିବ କି ନାହିଁ? ଏହି ଉପାୟରେ ଜାଣନ୍ତୁ..

ଡେସ୍କ: ରିଲାଏନ୍ସ ଜିଓ ଭାରତରେ ୫ଜି ସେବା ଆରମ୍ଭ କରିବାକୁ ଘୋଷଣା କରିସାରିଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ପ୍ରଥମେ କିଛି ନିର୍ଦ୍ଦିଷ୍ଟ ସହରରେ ୫ଜି ସେବା ଲଞ୍ଚ୍‌ କରାଯିବ। ଏହାପରେ ଧୀରେ ଧୀରେ ଦେଶର ଅନ୍ୟ ଅଞ୍ଚଳରେ ମଧ୍ୟ ୫ଜି ସେବା ଆରମ୍ଭ ହେବ। ଭାରତର ଚାରୋଟି ପ୍ରମୁଖ ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ପ୍ରଥମେ ୫ଜି ସେବା ଆରମ୍ଭ ହେବ। କମ୍ପାନୀ ଦୀପାବଳି ଅବସରରେ ଜିଓ ଟ୍ରୁ ୫ଜି ସେବା ଆରମ୍ଭ କରି ଉପଭୋକ୍ତାଙ୍କୁ ହାଇ ସ୍ପିଡ୍ ଇଣ୍ଟରନେଟ୍ ଉପହାର ଦେବ। ସେଥିପାଇଁ ଏହା ଜାଣିବା ଅତ୍ୟନ୍ତ ଜରୁରୀ ଯେ, ଆପଣଙ୍କ ସ୍ମାର୍ଟଫୋନରେ ଜିଓ ୫ଜି ସେବା କାମ କରିବ କି ନାହିଁ।

ସ୍ମାର୍ଟଫୋନର ୫ଜି କନେକ୍ଟିଭିଟି ଜାଣିବାର ଉପାୟ:-

- Advertisement -

ତେବେ ଜିଓ ୫ଜି ସେବା ସବୁ ସ୍ମାର୍ଟଫୋନରେ କାମ କରିବ ନାହିଁ। ଆପଣଙ୍କ ସ୍ମାର୍ଟଫୋନ୍ ୫ଜି ନେଟୱର୍କକୁ ସପୋର୍ଟ କରିବ କି ନାହିଁ କିଛି ଉପାୟକୁ ଅନୁସରଣ କରି ତାହା ଆପଣ ଅତି ସହଜରେ ଜାଣିପାରିବେ। ଆସନ୍ତୁ ଜାଣିବା ସେ ବିଷୟରେ –

୧. ନିଜ ସ୍ମାର୍ଟଫୋନର ସେଟିଙ୍ଗ୍ସ ଆପ୍‌ ଖୋଲନ୍ତୁ

୨. ସେଠାରେ Wi-Fi & Network ଅପ୍ସନ ଉପରେ କ୍ଲିକ୍‌ କରନ୍ତୁ

୩. ଏହାପରେ SIM & Network ଅପ୍ସନ ଚୟନ କରନ୍ତୁ

୪. ସେଠାରେ ଆପଣଙ୍କୁ Preferred network type ତଳେ ସବୁ ନେଟୱର୍କ ଟେକ୍ନୋଲୋଜୀର ତାଲିକା ମିଳିବ

୫. ଯଦି ଆପଣଙ୍କ ସ୍ମାର୍ଟଫୋନ ୫ଜିକୁ ସପୋର୍ଟ କରୁଥିବା, ତାହେଲେ ତାଲିକାରେ 2G/3G/4G/5G ନଜର ଆସିବ

କିଣିବାକୁ ପଡ଼ିବ ନୂଆ ୫ଜି ସ୍ମାର୍ଟଫୋନ:-

ଏହି ସହଜ ଉପାୟରେ ଆପଣ ସ୍ମାର୍ଟଫୋନର ୫ଜି କନେକ୍ଟିଭିଟୀ ବିଷୟରେ ଜାଣିପାରିବେ। ଯଦି ଆପଣଙ୍କର ସ୍ମାର୍ଟଫୋନ୍ ୫ଜିକୁ ସପୋର୍ଟ କରୁନାହିଁ, ତେବେ ଆପଣଙ୍କୁ ଏକ ନୂତନ ୫ଜି ସ୍ମାର୍ଟଫୋନ୍ କିଣିବାକୁ ପଡିବ। ଏହାପରେ ହିଁ ଆପଣ ହାଇସ୍ପିଡ୍ ଇଣ୍ଟରନେଟର ଲାଭ ଉଠାଇ ପାରିବେ।

 

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories