www.samajalive.in
Saturday, December 13, 2025
26.1 C
Bhubaneswar

ସମ୍ବଲପୁର ମହାନଗର ନିଗମରେ ଅହିଂସା ରଥ ପରିକ୍ରମା

ସମ୍ବଲପୁର: ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ଏବଂ ସ୍ୱାଧିନତାର ସନ୍ଦେଶ ତଥା ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଶାନ୍ତି ଓ ଅହିଂସା ମହାମନ୍ତ୍ରରେ ରାଜ୍ୟବାସୀଙ୍କୁ ଉଦବୁଦ୍ଧ କରିବା ଲକ୍ଷ୍ୟ ନେଇ ସୂଚନା ଓ ଲୋକ ସର୍ମ୍ପକ ବିଭାଗ ଫକ୍ଷରୁ ଅହିଂସା ରଥ ସାରା ରାଜ୍ୟରେ ପରିକ୍ରମା କରୁଛି। ଏହି କ୍ରମରେ ସମ୍ବଲପୁର ଜିଲାରେ ରଥ ପରିକ୍ରମାର ଶେଷ ଦିବସରେ ସମ୍ବଲପୁର ମହାନଗର ନିଗମ ଅର୍ନ୍ତଗତ ସମ୍ବଲପୁର ସହର, ହୀରାକୁଦ ଓ ବୁର୍ଲା ଠାରେ ପରିକ୍ରମା କରିଛି। ବୀର ସୁରେନ୍ଦ୍ର ସାଏ ବୈଷୟିକ ପ୍ରତିଷ୍ଠାନ, ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମେତ ସହରରେ ଥିବା ମହାପୁରୁଷ ମାନଙ୍କର ପ୍ରତିମୂର୍ତ୍ତି ଠାରେ ମାଲ୍ୟାର୍ପଣ କରାଯାଇଛି। ବୁଢ଼ାରଜା ହିଲ ଟପ, ସ୍ୱାଧିନତା ସଂଗ୍ରାମୀ ଚନ୍ଦ୍ରଶେଖର ବେହେରା ବାସଭବନ, କଚେରୀ ଛକ, ଜେଲ ଛକ, କମିଶନର କଲୋନୀ, ମହାତ୍ମା ଗାନ୍ଧୀ ମନ୍ଦିର, ନେତାଜୀ ସୁବାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟ, ଭୂତାପଡ଼ା, ଜିଲାସ୍କୁଲ, ସେନ ପାର୍କ, ଗୋଲ ବଜାର, ମ୍ୟୁନିସିପାଲିଟି ଛକ, ମୁଦିପଡ଼ା, ବାଲିବନ୍ଧା, ଦୁର୍ଗାପାଲି ଏବଂ ହୀରାକୁଦର ସନ୍ତୋଷୀ ମାଁ ଛକ, ଜବାହାର ଉଦ୍ୟାନ ପରିକ୍ରମା ଏହି ରଥ କରିଛି।

ଭିସୁଟ ଠାରେ କୂଳପତି, ରେଜିଷ୍ଟାର ଙ୍କ ସମେତ ଅନୁଷ୍ଠାନର ପ୍ରଫେସର ମାନେ ଉପସ୍ଥିତ ରହି ଅହିଂସା ରଥକୁ ଭବ୍ୟ ସ୍ୱାଗତ କରିଥିଲେ। ସେହିଭଳି ଭୀମସାର ଠାରେ ମଧ୍ୟ ଅନୁଷ୍ଠାନ କତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଭବ୍ୟ ସ୍ୱାଗତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଜିଲାପାଳ ଅନନ୍ୟା ଦାସ, ସମ୍ବଲପୁର ମହାନଗର ନିଗମ କମିଶନର ପ୍ରଦୀପ କୁମାର ସାହୁ, ବିନୋଦ ଚନ୍ଦ୍ର ପଣ୍ଡା, ଶୁଭଙ୍କର ମହାନ୍ତି, ଜିଲା ପଞ୍ଚାୟତ ଅଧିକାରୀ ଗଜେନ୍ଦ୍ର ସାହୁ, ସୂଚନା ଓ ଲୋକ ସର୍ମ୍ପକ ଉପ ନିର୍ଦ୍ଦେଶକ ବିଜୟ କୁମାର ମିଶ୍ର, ଜିଲା ସୂଚନା ଓ ଲୋକ ସର୍ମ୍ପକ ଅଧିକାରୀ ଫକୀର ମୋହନ ମାଝୀ ଙ୍କ ସମେତ ବିପୁଳ ସଂଖ୍ୟାରେ ଜନତା ଉପସ୍ଥିତ ରହିଥିଲେ। ସନ୍ଧ୍ୟା ସମୟରେ ଉଭୟ ରଥ ସମ୍ବଲପୁର ଜିଲାରେ ୪ ଦିନବ୍ୟାପି ବିଭିନ୍ନ ଅଞ୍ଚଳ ପରିକ୍ରମା ଶେଷ କରିବା ପରେ ବରଗଡ଼ ଜିଲା ଅଭିମୁଖେ ଯାତ୍ରା କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories