www.samajalive.in
Sunday, December 14, 2025
26.1 C
Bhubaneswar

ପ୍ରଶିକ୍ଷଣ ନେଲେ ୩୬ଜଣ ପଞ୍ଚାୟତ ସମିତି ଅଧ୍ୟକ୍ଷ

ସୁଆଣ୍ଡୋ :  ରାଜ୍ୟ  ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୩୬ ପଞ୍ଚାୟତ ସମିତି ଅଧ୍ୟକ୍ଷ  ଓ  ଅଧ୍ୟକ୍ଷା ପ୍ରତିନିଧି ଦଳ ଶୁକ୍ରବାର ପୁରୀଜିଲା ସତ୍ୟବାଦୀ ବ୍ଲକ ପରିଦର୍ଶନ କରି ପ୍ରଶିକ୍ଷଣ ନେଇଥିଲେ । ସମ୍ବଲପୁର, ବରଗଡ଼, କେଉଁଝର, ମାଲକାନଗିରି,ଅନଗୁଳରୁ ଏହି ପ୍ରତିନିଧି ଦଳ ଆସିଥିଲେ। ପୁରୀ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଅତିରିକ୍ତ  ତାଲିମ ଅଧିକାରୀ ତୃପ୍ତି ବଡଜେନାଙ୍କ ନେତୃତ୍ଵରେ  ସତ୍ୟବାଦୀ ବନ ବିଦ୍ୟାଳୟ, ପଞ୍ଚଶଖା ସମାଧୀପୀଠ, ପଟ୍ଟନାୟିକିଆ ସ୍ଥିତ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଜନ୍ମମାଟି ସୁଆଣ୍ଡୋ ଗ୍ରାମରେ ପହଞ୍ଚି ଥିଲେ।  ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ମହାପୁରୁଷଙ୍କ ଷଠିଘର, ଐତିହ୍ୟ ନିର୍ମାଣ ସ୍ଥଳ ଇତ୍ୟାଦି ପରିଦର୍ଶନ କରିଥିଲେ। ଗୋପବନ୍ଧୁଙ୍କ କୁଳଦେବତା ଶୀ ରାଧାବିନୋଦ ବିହାରୀ ଦେବଙ୍କୁ ଦର୍ଶନ କରି ପୂଜାଅର୍ଚ୍ଚନା କରିଥିଲେ।  ଗୋଟିଏ କ୍ୟାମ୍ପସରେ ବିଦ୍ୟାଧରପୁର ପଞ୍ଚାୟତ କାର୍ଯାଳୟ, ପାର୍କ, ମିଶନ ଶକ୍ତି ଗୃହ, ପାଠାଗାର, କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ କାର୍ଯାଳୟ ଆଦି ସରପଞ୍ଚ ଦୁଃଶାସନ ପ୍ରଧାନ ପ୍ରତିନିଧି ମଣ୍ଡଳୀଙ୍କୁ ବୁଲାଇ ଦେଖାଇଥିଲେ।  ଗୋଟିଏ ସ୍ଥାନରେ ଏତେ  ଗୁଡିଏ ନିର୍ମାଣ କାମ ହୋଇଥିବା ଦେଖି ଖୁସି ବ୍ୟକ୍ତ କରିଥିଲେ। ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ତହସିଲଦାର ଜୟନ୍ତ କୁମାର ଜୟସିଂହ, କନିଷ୍ଠ ଯନ୍ତ୍ରୀ ବିଶ୍ୱ ମୋହନ ପଟ୍ଟନାୟକ ପ୍ରମୁଖ ପ୍ରଶିକ୍ଷଣ ଦଳଙ୍କ ରହିଥିଲେ ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories