www.samajalive.in
Monday, December 8, 2025
13.1 C
Bhubaneswar

ଆଇଏମଆଇଟି ଏମବିଏ ବିଭାଗର ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ଡେସ୍କ: ଶିକ୍ଷା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ସମାଜରେ ଘଟୁଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ଦିଗରେ ମନୋଭାବ ସୃଷ୍ଟି କରିଥାଏ ବୋଲି କଟକ ସ୍ଥିତ ପ୍ରବନ୍ଧନ ଏବଂ ସୂଚନା ପ୍ରୌଦୌଗିକ ସଂସ୍ଥାନ (ଆଇଏମଆଇଟି)ର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ମାନସ ରଞ୍ଜନ କବାଟ କହିଛନ୍ତି। ଗତକାଲି କଟକ ଚୌଧୁରୀ ବଜାର ସ୍ଥିତ ଶହୀଦ ଭବନ ଠାରେ ଅନୁଷ୍ଠିତ ଏମବିଏ ବିଭାଗରେ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ସଭାପତିତ୍ଵ କରି ସେ ଏହା କହିଛନ୍ତି। ଏହି ଅବସରରେ ଶହୀଦ ଭବନ ଠାରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇ ଥିବାରୁ ସେ କଟକ ଜିଲ୍ଲାପାଳ ଏବଂ କଟକ ମ୍ୟୁନିସିପାଲ କର୍ପୋରେସନର କମିଶନରଙ୍କୁ ବିଶେଷ ଧନ୍ୟବାଦ ଜ୍ଞାପନ କରିଥିଲେ। ଏଥି ସହିତ କଟକ ମ୍ୟୁନିସିପାଲ କର୍ପୋରେସନର ଡେପୁଟି କମିଶନର (ରାଜସ୍ୱ) ତଥା ଆଇଏମଆଇଟିର ପୁରାତନ ଛାତ୍ର ଅମିୟ କୁମାର ପଣ୍ଡାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏଥି ସହିତ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଶତ ପ୍ରତିଶତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସମ୍ପର୍କରେ ଆଲୋଚନା କରିଥିଲେ।

ଉତ୍ସବରେ ଏମବିଏ ବିଭାଗ ମୁଖ୍ୟ ଡକ୍ଟର ଶୁଭେନ୍ଦ୍ର କୁମାର ଜୟସିଂହ ବିଦାୟୀ ଛାତ୍ରଛାତ୍ରୀଙ୍କର ଶୃଙ୍ଖଳିତ ଆଚରଣ ଏବଂ ଅନୁଷ୍ଠାନ ପ୍ରତି ଆନୁଗତ୍ୟ ବିଶେଷରେ ଆଲୋକପାତ କରି ପ୍ରଶଂସା କରିଥିଲେ। ଏମବିଏ ବିଭାଗର ଅଧ୍ୟାପକ ତଥା ସଂଯୋଜକ ରଜତ କୁମାର ବଳିଆରସିଂହ ଏହି ସମାରୋହକୁ ସୂଚାରୁ ରୂପେ ପରିଚାଳନା କରିଥିଲେ। ସଭା ପରିଚାଳନାରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ। ବିଦାୟୀ ଛାତ୍ରଛାତ୍ରୀଙ୍କ ଉଦେଶ୍ୟରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ବିଭିନ୍ନ ମନୋରଞ୍ଜନ ଭିତ୍ତିକ ଚିତ୍ତାକର୍ଷକ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories