ସାକ୍ଷୀଗୋପାଳ: ପୁରୀ ସଦର ବ୍ଲକ ନିକଟସ୍ଥ ଯମରସୁଆଁ ଗ୍ରାମ ନିକଟରେ ଭାର୍ଗବୀ ନଦୀର ଶାଖା ନଦୀ ନୂଆ ନଈ ବନ୍ଧ ପ୍ରାୟ ୨୦୦ ମିଟର ଧସିଯାଇଛି l ଏହି ବନ୍ଧ ପୂର୍ବରୁ ମଧ୍ୟ ଦୁଇ ଥର ଦବି ସାରିଛି l ଏହାକୁ ପୁରୀ ଜଳ ସମ୍ପଦ ବିଭାଗ ତରଫରୁ ୨ ଥର ମରାମତି କରାଯାଇଥିଲା । ହେଲେ ବର୍ତ୍ତମାନ ପୁଣି ବନ୍ଧଟି ଧସିଥିବା ଦେଖିବାକୁ ମିଳିଛି । ବନ୍ୟା ପରିସ୍ଥିତି ବର୍ତ୍ତମାନ ନାହିଁ l ବନ୍ୟା ସମୟରେ ଏହି ନଦୀ ବନ୍ଧ ଭୁଶୁଡିଥିଲେ ଏକ ବଡ଼ ଧରଣର ବିପର୍ଯ୍ୟୟ ଘଟିଥାନ୍ତା l ବାରମ୍ବାର ବନ୍ଧ ଭୁଶୁଡି ପଡ଼ିବାକୁ ନେଇ ନିମ୍ନମାନର କାର୍ଯ୍ୟ କରାଯାଇଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ l
Popular Categories



