www.samajalive.in
Sunday, December 14, 2025
23.1 C
Bhubaneswar

ଭୀମଭୋଇ ସାମର୍ଥ ଶିବିର

ଫୁଲବାଣୀ: କନ୍ଧମାଳ ଜିଲା ଚକାପାଦ ବ୍ଳକରେ ଆଜି ବ୍ଳକ ସ୍ତରୀୟ ଭୀମଭୋଇ ସାମର୍ଥ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୪୨୦ ଜଣ ରୋଗୀ ଚିକିତ୍ସା ପାଇଁ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ଅସ୍ଥିଶଲ୍ୟ ପାଇଁ ୨୪୭ଜଣ, ଆଖି ପାଇଁ ୬୫ ଜଣ, ଶ୍ରବଣ ପାଇଁ ୪୭ ଜଣଙ୍କୁ ଚିକିତ୍ସା କରାଯାଇଥିଲା। ସେଥିମଧ୍ୟରୁ ୬ ଜଣଙ୍କୁ ହୁଇଲ ଚେୟାର ଏବଂ ଜଣକୁ ଟ୍ରାଏ ସାଇକଲ୍ ପ୍ରଦାନ କରାଯାଇଥିଲା। ବିଭିନ୍ନ ବିଭାଗରେ ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରୁ ଡା. ପ୍ରଦୀପ କୁମାର ବେହେରା , ଅରବିନ୍ଦ ଦାସ, ଜଳନ୍ଧର ଦୀପ , ଉତ୍କଳ କେଶରୀ ବେହେରା, ଅନୁପ ପଣ୍ଡା ପ୍ରମୁଖ ଯୋଗଦେଇ ରୋଗୀଙ୍କୁ ପରୀକ୍ଷା ନିରୀକ୍ଷା କରିବା ସହିତ ଉପଯୁକ୍ତ ପରାମର୍ଶ ଦେଇଥିଲେ। ଶିବିରରେ ବ୍ଳକ ଅଧ୍ୟକ୍ଷା ବୈନେତ୍ରୀ କହଁର, ଉପାଧ୍ୟକ୍ଷ ସୋମନାଥ ବେହେରାଙ୍କ ସମେତ ସମସ୍ତ ପଞ୍ଚାୟତ ସମିତି ସଭ୍ୟା ଓ ସଭ୍ୟା ମାନେ ନିଜ ନିଜ ପଞ୍ଚାୟତରୁ ଆସିଥିବା ବ୍ୟକ୍ତିମାନଙ୍କର ନାମ ପଞ୍ଜିକରଣ ଠାରୁ ଆରମ୍ଭ କରି ଡ଼ାକ୍ତରମାନଙ୍କ ପାଖକୁ ନେଇ ପହଞ୍ଚାଇଥିଲେ। ଚକାପାଦ ବିଡ଼ିଓ ଅନିଲ୍ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories