www.samajalive.in
Sunday, December 14, 2025
26.1 C
Bhubaneswar

ବିଓବି ପକ୍ଷରୁ ସ୍କୁଲ ଛାତ୍ରଛାତ୍ରୀଙ୍କ ନିମନ୍ତେ ହିନ୍ଦୀ ପ୍ରତିଯୋଗିତାର ଆୟୋଜନ

ଭୁବନେଶ୍ୱର: ବ୍ୟାଙ୍କ ଅଫ୍‌ ବରୋଦା, ଭୁବନେଶ୍ୱର କ୍ଷେତ୍ର ପକ୍ଷରୁ ଭୁବନେଶ୍ୱରସ୍ଥିତ କସ୍ତୁରବା ଶିକ୍ଷା ଆଶ୍ରମ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ହିନ୍ଦୀ କବିତା ପାଠ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ଓ ବିଜେତା ଛାତ୍ରଛାତ୍ରୀମାନଙ୍କୁ ଭୁବନେଶ୍ୱର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ରାଜୀବ କ୍ରୀଷ୍ଣା ଟ୍ରଫି, ପ୍ରମାଣ ପତ୍ର ଓ ଷ୍ଟେସ୍‌ନାରୀ ସାମଗ୍ରୀ ପୁରସ୍କାର ସ୍ୱରୁପ ପ୍ରଦାନ କରିଥିଲେ ।

ଶ୍ରୀ କ୍ରୀଷ୍ଣା ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ କରିବା ସହ ସେମାନଙ୍କୁ ଜ୍ଞାନ ଅର୍ଜନର ମାର୍ଗ ତଥା ସମାଜରେ ଗୁରୁଙ୍କ ମହତ୍ତ୍ୱ ସମ୍ପର୍କରେ କହିଥିଲେ । ଏହି ଅବସରରେ ଆର୍‌ବିଡିଏମ୍‌ ମାନସ ମହାରଣା ତଥା ରାଜଭାଷା ପ୍ରଭାରୀ ଅମିତ ବର୍ମନ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟତ୍ରୀବୃନ୍ଦ ଉପସ୍ଥିତ ଥିଲେ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories