www.samajalive.in
Sunday, December 14, 2025
26.1 C
Bhubaneswar

ଟ୍ରକ ଧକ୍କାରେ ଲୁନା ଚାଳକ ଗୁରୁତର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ଜାମୁଝରୀ ପଞ୍ଚାୟତର ଜାମୁଝରୀ ଘାଟିରେ ଶୁକ୍ରବାର ଏକ ଟ୍ରକ ଧକ୍କାରେ ଜଣେ ଲୁନା ଚାଳକ ଗୁରୁତର ଆହତ ହୋଇଛନ୍ତି। ଖବରରୁ ଜଣାପଡିଛି ଯେ, ଲୁନା ଯୋଗେ ଅରକ୍ଷିତ ବେହେରା(୫୫) ଫୁଲବାଣୀରୁ ନିଜ ଗାଁ ଜାମୁଝରୀକୁ ଫେରୁଥିବା ସମୟରେ ଜାମୁଝରୀ ଘାଟିରେ ଗୋଟିଏ ଟ୍ରକ ଅରକ୍ଷିତଙ୍କୁ ଧକ୍କା ଦେଇ ଫେରାର ହେଉଥିବା ବେଳେ ଓଲଟି ପଡିଥିଲା। ଫଳରେ ଟ୍ରକ ଡ୍ରାଇଭର ଖଜୁରୀପଡା ବ୍ଳକ ଅନ୍ତର୍ଗତ ବାଦେରପାଜୁ ଗ୍ରାମର ପ୍ରଦୀପ ପ୍ରଧାନଙ୍କୁ ସ୍ଥାନୀୟ ଲୋକମାନେ ଅଟକ ରଖି ଗୁରୁତର ଆହତ ହୋଇଥିବା ଅରକ୍ଷିତଙ୍କ ଘର ଲୋକଙ୍କୁ ଖବର ଦେଇ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅରକ୍ଷିତଙ୍କ ବାମ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଏଥିସହିତ ଚାଳକଙ୍କୁ ଲୋକମାନେ ଅଟକ ରଖି ପୁଲିସକୁ ଖବର ଦେଇଥିବା ଜଣାପଡ଼ିଛି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories