www.samajalive.in
Saturday, December 13, 2025
26.1 C
Bhubaneswar

ସାଇବେଣୀଙ୍କୁ ଆବାସ ଯୋଜନା ସାତ ସପନ, ଭଙ୍ଗା ଦଦରା ଘରେ ୨ ଶିଶୁଙ୍କୁ ନେଇ ବିତୁଛି ଦିନ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୩୦୦ ମିଟର ଓ ବ୍ଳକ କାର୍ଯ୍ୟାଳୟ ଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ବ୍ରାହ୍ମଣ ପଡାରରେ ରହୁଛନ୍ତି ବିଧବା ସାଇବେଣି ପଟନାୟକ। ସ୍ୱାମୀ ସ୍ବର୍ଗତ ଅର୍ଜୁନ ପଟନାୟକଙ୍କ ମୃତ୍ୟୁ ହୋଇ ଯାଇଥିଲା ବେଳେ ୫୨ ବର୍ଷ ବୟସରେ ସ୍ବାମୀଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ସାଇବେଣି। ଅନ୍ୟପକ୍ଷରେ ୨ ଶିଶୁଙ୍କୁ ନେଇ ତାଙ୍କ ପରିବାର କୌଣସି ମତେ ଚଳି ଯାଉଥିବା ବେଳେ ଭଙ୍ଗା ଦଦରା ଘରେ ଜୀବନ ବିତାଉଛନ୍ତି। ତାଙ୍କର ଆହାସାହା ହେବାକୁ ମଧ୍ୟ କେହି ନାହିଁ। ଭଙ୍ଗା ମାଟି ଘରେ ଛୁଆଙ୍କ ସହ ରହୁଥିବାରୁ ଅଧା ଘର ଭାଙ୍ଗି ଯାଇଥିବା ବେଳେ ବଞ୍ଚିଥିବା ଘରର କିଛି ଅଂଶ କେତେବେଳେ ମଧ୍ୟ ତାହା ଭାଙ୍ଗି ଯିବ ତାହା କହିହେବ ନାହିଁ।

ସାଇବେଣି ଘର ଯୋଗାଇ ଦେବାକୁ ବହୁବାର ପ୍ରଶାସନ ନିକଟରେ ନିବେଦନ କରିଥିଲେ ମଧ୍ୟ ଘର ମିଳୁନଥିବା ପ୍ରକାଶ କରିଛନ୍ତି। ବିଶ୍ୱନାଥପୁର ପଞ୍ଚାୟତ କର୍ତ୍ତୃପକ୍ଷ,ସରପଞ୍ଚଙ୍କୁ ପଚାରିଲେ ତମର ଘର ପାଇଁ ଲିଷ୍ଟ ବ୍ଳକ ଅଫିସକୁ ପଠାଯାଇଛି ବୋଲି କହୁଛନ୍ତି। କିନ୍ତୁ ଆଜିକୁ ୨୫ ବର୍ଷ ହେଲା ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ସହ ବ୍ଳକ ପ୍ରଶାସନ ମଧ୍ୟ ତାଙ୍କୁ ଠକି ଚାଲିଥିବା ସେ ପ୍ରକାଶ କରିଛନ୍ତି। ବାହାରୁ ଆସିଥିବା ଲୋକଙ୍କୁ କେମିତି ଘର ମିଳି ଯାଉଛି, କିନ୍ତୁ ଆମର ପୂର୍ବ ପୁରୁଷରୁ ଆମେ ଶହ ଶହ ବର୍ଷ ହେଲା ଏଠାରେ ବାସ କରି ଆସୁଥିଲେ ମଧ୍ୟ ମତେ କାହିଁକି ଘର ଖଣ୍ଡେ ଦିଆ ଯାଉନାହିଁ ବୋଲି ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି।ମୋ ହାତରେ ଆଜି କାହାକୁ ଲାଞ୍ଚ ଦେବା ପାଇଁ ପଇସା ନାହିଁ। ପର ଘରେ ବାସନ ମାଜି ଯାହା ମିଳେ ମୋର ଦୁଇ ପୁଅ ସୁଶୀଲ ପଟନାୟକ ଓ ମନୋଜ ପଟନାୟକ ବାପ ଛେମୁଣ୍ଡଙ୍କୁ ନେଇ ମୁଁ କଷ୍ଟେ ମଷ୍ଟେ ଚଳିଯାଏ। ହେଲେ ବ୍ଳକ ଅଞ୍ଚଳରେ ପ୍ରତିବର୍ଷ ଶତାଧିକ ଲୋକଙ୍କୁ ଘର ମିଳୁଛି। କିନ୍ତୁ ମୁଁ ବ୍ଳକ ମୁଖ୍ୟାଳୟରେ ରହି ବାରମ୍ବାର ପ୍ରଶାସନଙ୍କୁ ଗୁହାରି କରିଥିଲେ ମଧ୍ୟ ମୋ କଥାକୁ କର୍ଣ୍ଣପାତ କରୁ ନାହାନ୍ତି ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି। ତୁରନ୍ତ ପ୍ରଶାସନିକ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ସାଇବେଣିଙ୍କୁ ଆବାସ ଘର ଯୋଗାଇବା ପାଇଁ ବ୍ୟବସ୍ଥା କରିବାକୁ ଦାବି ହେଉଛି।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories