www.samajalive.in
Friday, December 12, 2025
15.1 C
Bhubaneswar

୨୭ରେ ୪ ଜିଲାକୁ ପ୍ରବଳ ବର୍ଷା

ଭୁବନେଶ୍ବର: ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୨୭ରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ହୋଇପାରେ। ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡର କୁତ୍ରାରେ ସର୍ବାଧିକ ୧୬୮ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଫିରିଙ୍ଗିଆ ୧୧୬.୮ମିମି, ବରମୂଳ ୮୫.୧ ମିମି, ବଅଁରପାଳ ୭୭.୪ ମିମି, କେସିଙ୍ଗା ୭୬ ମିମି, ବଙ୍ଗୋମୁଣ୍ଡା ୭୪ ମିମି, ମୋହନା ୭୩.୮ ମିମି, ଦଶପଲ୍ଲା ୬୮ ମିମି, ଝରିଗାଁ ୬୮ ମିମି, ଫୁଲବାଣୀ ୬୨ ମିମି ଏବଂ ପର୍ଜଙ୍ଗରେ ୬୦ ମିମି ବର୍ଷା ହୋଇଛି। ଆଜି ଭବାନୀପାଟଣା, ଟିଟିଲାଗଡ ଅଞ୍ଚଳରେ ହାଲୁକା ବର୍ଷା ହୋଇଛି।

୨୭ରେ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ମହାନଦୀ ଉପରମୁଣ୍ଡରୁ ଜଳଭଣ୍ଡାରକୁ ୯୪.୮୯୫ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୫ ହଜାର ୯୩୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି। କନ୍ଧମାଳ, ଅନୁଗୋଳ ଏବଂ ନୟାଗଡର କିଛି ଅଞ୍ଚଳରେ ମଧ୍ୟମ ବର୍ଷା ହୋଇଥିବାରୁ ଆଜି ମହାନଦୀର ଖଇରମାଳରେ ଜଳସ୍ତର ବଢିଛି। ଜଳକା ମଥାନୀରେ ବିପଦ ସଙ୍କେତ ଉପରେ ଚାଲିଛି। ପୁରୁଷୋତ୍ତମପୁରରେ ଋଷିକୂଲ୍ୟା, ପାନପୋଷ ଓ ଜେନାପୁରରେ ବ୍ରାହ୍ମଣୀ ଏବଂ ସୁନ୍ଦରଗଡରେ ଇବ୍‌ ଜଳସ୍ତର ବଢୁଛି; କିନ୍ତୁ ଏସବୁ ବିପଦ ସଙ୍କେତ ତଳେ ରହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories