www.samajalive.in
Saturday, December 13, 2025
21.1 C
Bhubaneswar

କ୍ୟାପିଟାଲ ହସ୍ପିଟାଲରେ ପିଜି ପାଠ୍ୟକ୍ରମକୁ ଅନୁମତି

ଭୁବନେଶ୍ବର ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ୨୦୨୨-୨୩ ଶିକ୍ଷାବର୍ଷରୁ ପିଜି ପାଠ୍ୟକ୍ରମ ଖୋଲିବା ଲାଗି ଅନୁମତି ମିଳିଛିି। ପ୍ରଥମ ପର୍ଯ୍ୟାୟରେ ଜେନେରାଲ ସର୍ଜରୀ ବିଭାଗରେ ୫ଟି ପିଜି ସିଟ୍‌ରେ ନାମ ଲେଖାଇବାକୁ ଜାତୀୟ ଭେଷଜଙ୍କ ମେଡିକାଲ ଆସେସ୍‌ମେଣ୍ଟ ଆଣ୍ଡ ରେଟିଂ ବୋର୍ଡ(ଏମଏଆରବି) ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ରାଜ୍ୟ ସରକାର କ୍ୟାପିଟାଲ ହସ୍ପିଟାଲକୁ ‘ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ’ (ପିଜିଆଇଏମଇଆର) ଭାବେ ବିକଶିତ କରି ୨୦୨୨-୨୩ ଶିକ୍ଷା ବର୍ଷରୁ ୧୫ଟି ବିଭାଗର ପିଜି ପାଠ୍ୟକ୍ରମ ଆରମ୍ଭ ନିମନ୍ତେ ନିଷ୍ପତ୍ତି ନେଇଥିଲେ। ଜାତୀୟ ମେଡିକାଲ କମିଶନଙ୍କ ଏମଏଆରବି( ପିଜି ବିଭାଗ) ଦ୍ୱାରା ଗୁରୁବାର କ୍ୟାପିଟାଲ ହସ୍ପିଟାଲସ୍ଥିତ ପିଜିଏମଇଆର ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଭୁବନେଶ୍ୱରସ୍ଥିତ ଏହି ପିଜିଏମଇଆରରେ ୨୦୨୨-୨୩ ଶିକ୍ଷା ବର୍ଷରୁ ଜେନେରାଲ ସର୍ଜରୀ ବିଭାଗରେ ୫ଟି ସିଟରେ ପାଠପଢ଼ା ଆରମ୍ଭ ନିମନ୍ତେ ଅନୁମତି ଦିଆଯାଇଛି।

ଏଥିପାଇଁ ଏମ୍‌ଏଆରବି ଦ୍ୱାରା ଜୁଲାଇ ୧୩ ତାରିଖରେ କ୍ୟାପିଟାଲ ହସ୍ପିଟାଲର ଏହି ପିଜିଏମଇଆରରେ ପଢ଼ାଇବାକୁ ଥିବା ଅଧ୍ୟାପକ,ସେମାନଙ୍କର ଅଭିଜ୍ଞତା ଓ ଅନ୍ୟାନ୍ୟ ଶିକ୍ଷଣୀୟ ସୁବିଧା ସୁଯୋଗ ଓ ଭିତ୍ତିଭୂମିର ଅନୁଧ୍ୟାନ କରାଯାଇଥିଲା। ଜାତୀୟ ଭେଷଜ ଆୟୁକ୍ତଙ୍କ ନିୟମ ମୁତାବକ ପିଜିଆଇଏମଇଆର କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ଭିତ୍ତିଭୂମି ସହ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ, କୋଠା, ଉପକରଣ ଓ ହସ୍ପିଟାଲ ସୁବିଧା ଏହି ସିଟରେ ପଢ଼ିବାକୁ ଥିବା ପିଲାମାନଙ୍କ ନିମନ୍ତେ ଉପଲବ୍ଧ କରିବାକୁ କୁହାଯାଇଛି।

- Advertisement -

ସୂଚନାଯୋଗ୍ୟ, ରାଜ୍ୟ ସରକାର କ୍ୟାପିଟାଲ ହସ୍ପିଟାଲସ୍ଥିତ ପିଜିଆଇଏମଇଆରରେ ୧୫ଟି ବିଭାଗରେ ପାଠ୍ୟକ୍ରମ ଆରମ୍ଭ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ସେଥିରୁ ମେଡିସିନ, ଜେନେରାଲ ସର୍ଜରୀ, ପ୍ରସୂତି ଓ ଶିଶୁ ବିଭାଗରେ ୫ଟି ଲେଖାଏଁ ପିଜି ସିଟ୍ ଏବଂ ଅନ୍ୟ ୧୧ଟି ବିଭାଗରେ ୩ଟି ଲେଖାଏଁ ପିଜି ସିଟ୍ ଖୋଲିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories