www.samajalive.in
Friday, December 12, 2025
16.1 C
Bhubaneswar

ଏପରି ହେବ ‘କସୌଟି ଜିନ୍ଦେଗି କି-୨’ରେ କମୋଲିକା ଏଣ୍ଟ୍ରି

ଟେଲିଭିଜନ୍ ଦୁନିଆର ସବୁଠୁ ଚର୍ଚ୍ଚିତ ଶୋ ‘କସୌଟି ଜିନ୍ଦେଗି କି’ର ଦ୍ବିତୀୟ ସିଜନ୍ ଆରମ୍ଭ ହୋଇ ସାରିଛି । କମୋଲିକା ଚରିତ୍ରକୁ ନେଇ ଦର୍ଶକଙ୍କ ମନରେ ବେଶ୍ ଉତ୍କଣ୍ଠା ରହିଛି । ଶୋ ଆରମ୍ଭରୁ ଏପର୍ଯ୍ୟନ୍ତ ଅନୁରାଗ ବାସୁ ଓ ପ୍ରେରଣା ଚରିତ୍ରକୁ ନେଇ କାହାଣୀ ଗତିଶୀଳ ହେଉଥିବା ବେଳେ ଆଗକୁ କମୋଲିକାର ଏଣ୍ଟ୍ରି ହେବାକୁ ଯାଉଛି । ତେବେ କମୋଲିକା ଚରିତ୍ରରେ କେଉଁ ଅଭିନେତ୍ରୀ ଅଭିନୟ କରୁଛନ୍ତି ତାହାକୁ ନେଇ ଦର୍ଶକଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।

‘କସୌଟି ଜିନ୍ଦେଗି କି-୨’ ଶୋରେ କମୋଲିକା ଚରିତ୍ରରେ ହେନା ଖାନ୍ ନଜର ଆସିବେ । ଯାହାର ପ୍ରଥମ ଭିଡିଓ ରିଲିଜ୍ ହୋଇଛି । ହେନା ଖାନ୍ ସିଲଭର ଓ କଳା ରଙ୍ଗର ଲେହେଙ୍ଗା ଚୋଲିରେ ଏକ ନିଆରା ରୂପରେ ନଜର ଆସିଛନ୍ତି । ଏଥିରେ କମୋଲିକା ଅନୁରାଗ ଓ ପ୍ରେରଣାଙ୍କ ମଝିରେ ଫାଟ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି । ପ୍ରଯୋଜକ ଏକତା କାପୁର ନିଜ ଇନଷ୍ଟଗ୍ରାମରେ ନୂଆ ଶୋର କମୋଲିକା ଭିଡିଓ ସେୟାର କରିଛନ୍ତି । ପୂର୍ବ ଶୋ ଭଳି ଏଥିର ମଧ୍ୟ ‘କସୌଟି ଜିନ୍ଦେଗି କି-୨’ରେ କମୋଲିକା ଚରିତ୍ର ଏକ ଢଙ୍ଗରେ ଚିତ୍ରଣ କରାଯାଇଛି । ପୋଷାକ ଓ ଭାରି ଅଳଙ୍କାଳ ସହ ଖୋଲା ବାଳରେ କମୋଲିକାଙ୍କ ଏଣ୍ଟ୍ରି ହୋଇଛି।

 

View this post on Instagram

 

Bihar ka bewagpan aur bengal ki adaa …. welcome @realhinakhan as KOMOLIKA ???❤️?????????

A post shared by Ek❤️kzk N Lailamajnu (@ektaravikapoor) on

- Advertisement -

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories