www.samajalive.in
Sunday, December 14, 2025
19.1 C
Bhubaneswar

ରାସ୍ତାରେ ଯାଞ୍ଚ କରୁଥିଲା ଖଜୁରୀପଡ଼ା ପୁଲିସ, ଧରାପଡ଼ିଲେ ୬ ବାଇକ ଲୁଟେରା

ଫୁଲବାଣୀ:କନ୍ଧମାଳ ଜିଲା ଖଜୁରୀପଡା ଥାନାରେ ବାଇକ ଚୋରି ଅଭିଯୋଗରେ ପୁଲିସ ୬ଜଣକୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ଜଣା ପଢ଼ିଛି l ସୂଚନା ଅନୁଯାୟୀ ଗତ ୨୩ତାରିଖ ଦିନ ଖଜୁରୀପଡା ଥାନା ଅଞ୍ଚଳ ଗଡପଦର ନିକଟରେ ପୁଲିସ ରାସ୍ତା ଉପରେ ବାଇକ ଯାଞ୍ଚ କରୁଥିଲେ। ଖଜୁରୀପଡା ମାଧପୁରକୁ ଯାଉଥିବା ଏକ ବାଇକ ଦ୍ରୁତଗତିରେ ପଳାଇଯାଇଥିଲା। ଏହାଦେଖି ଯାଞ୍ଚ କରୁଥିବା ପୁଲିସ ବାଇକ ପଛରେ ଗୋଡ଼ାଇଥିଲା। ଗାଡ଼ିଆପଡା ଘାଟିରେ ବାଇକ ସହିତ ଦୁଇ ଜଣ ଯୁବକକୁ ଧରିବାରେ ସକ୍ଷମ ହୋଇଥିଲେ l ବାଇକ ସହ ଉକ୍ତ ଯୁବକ ୨ଜଣଙ୍କୁ ଥାନାକୁ ଆଣି ପଚରାଉଚୁରା କରିଥିଲା ଏବଂ ବାଇକ ନମ୍ବରକୁ ଯାଞ୍ଚ କରାଯାଇଥିଲା। ସେହି ଦୁଇ ଜଣ ଯୁବକ ପଚରାଉଚୁରାବେଳେ ଜଣେ ଯୁବକ ବାଇକ ଚୋରି କରିଥିବା ସ୍ବୀକାର କରିଥିଲା।

 

- Advertisement -

ଏହାପରେ ଯୁବକ ପାଖରୁ ପାଇଥିବା ତଥ୍ୟ ଆଧାରରେ ପୁଲିସ ଚଢ଼ାଉ କରି ଆଉ ଗୋଟିଏ ବାଇକରେ ୪ଜଣ ଯୁବକକୁ ପୁଲିସ ଧରିବାରେ ସକ୍ଷମ ହୋଇଛି। ଗିରଫ ହୋଇଥିବା ଯୁବକମାନେ ହେଲେ ସୁଜାପାଜୁ ଗ୍ରାମର ପ୍ରତାପ ମଳିକ(୨୮), ବଳସକୁମ୍ପା ଚନ୍ଦୁପଦର ଗାଁ ମିଥୁନ କହଁର(୨୦), ଖଜୁରୀପଡା କୁଟିବାରି ଗାଁର ଚିତ୍ତରଞ୍ଜନ ପ୍ରଧାନ(୧୯), ଖଜୁରୀପଡା ଦେହେଙ୍ଗି ଗାଁ ଅନ୍ତର୍ଯ୍ୟାମୀ ଝାଙ୍କର(୨୨), ଖଜୁରୀପଡା ଡ଼ିମିରିଖୋଲ ଗାଁ ସିପକ ପ୍ରଧାନ(୨୨, ବୌଦ୍ଧ ଜିଲା ମାଧପୁର ଗାଁ ଅନନ୍ତ ଜାନୀ(୨୦)ବୋଲି ଜଣାପଡ଼ିଛି। ପୁଲିସ ୨ଟି ବାଇକକୁ ଜବତ ସହ ଏ ନେଇ ୧୦୪/୨୨ଏକ ମାମଲା ରୁଜୁ ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ଖଜୁରିପଡା ଥାନା ଅଧିକାରୀ ଗେଲ୍ଲି କୁମାରୀ ସାହୁ ସୂଚନା ଦିଆଯାଇଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories