www.samajalive.in
Saturday, December 13, 2025
18.1 C
Bhubaneswar

ସୁନା ଗହଣା ,ସ୍କୁଲରୁ ଚାଉଳ ଚୋରି ଘଟଣା ; ଡକାୟତ ଦଳ ଗିରଫ

ରେଙ୍ଗାଲିକ୍ୟାମ୍ପ : ଅତାବିରା ପୁଲିସର ନିରନ୍ତର ପ୍ରୟାସ ଓ ଉଦ୍ୟମ ଫଳରେ ଗୋଟିଏ ପରେ ଗୋଟିଏ ଡକାୟତ ଦଳ ଧରାପଡୁଛନ୍ତି । ଗତକାଲି ପୁଣି ଏକ ଡକାୟତ ଦଳ ଧରାପଡ଼ି କୋର୍ଟ ଚାଲାଣ ହୋଇଛନ୍ତି ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୧୪ ତାରିଖ ଦିନ ଅତାବିରା ବ୍ଲକ ଲସ୍ତଲାର ଅନିଲ ସରାଫଙ୍କ ସୁନା ଗହଣା ଦୋକାନରୁ ରାତିରେ ଏହି ଚୋର ମାନେ ସୁନା ଗହଣା ଚୋରି କରି ନେଇଥିଲେ । ଦୋକାନ ମାଲିକ ଏ ନେଇ ଏକ ଲିଖିତ ଅଭିଯୋଗ ଅତାବିରା ଥାନାରେ ଦେଇଥିଲେ ।
ଏହା ପରେ ଖରମୁଣ୍ଡା ସ୍କୁଲରୁ ଚାଉଳ ସହ ଗ୍ୟାସ ସିଲିଣ୍ଡର ଓ ଗ୍ୟାସ ଚୁଲା ମଧ୍ୟ ଚୋରି କରିଥିଲେ । ଏହି ଅଭିଯୋଗ ପରେ ବରଗଡ଼ ଏସ ଡି ପି ଓ ଦୀପକ ଗୋଛାୟତଙ୍କ ନିର୍ଦ୍ଦେଶ କ୍ରମେ ଅତାବିରା ଥାନା ଅଧିକାରୀ ଅନିଲ ପ୍ରଧାନଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଦଳ ଗଠନ କରି ଏହି ଚୋର ମାନଙ୍କ ସନ୍ଧାନରେ ରହିଥିଲେ । ଦୀର୍ଘ ଦଶ ଦିନ ପରେ ସେମାନେ ଧରା ପଡିଛନ୍ତି ।ସେମାନେ ହେଲେ ମେଲଛ।ମୁଣ୍ଡା ଥାନାର କୁଚିପ।ଳି ଗ୍ରାମର ବିଶ୍ୱଜିତ୍ ସାହୁ (୨୦), ଓ ବନ୍ଧପାଲିର ଦୁଃଖନାସନ ବିଶି (୨୧),ଭଟଲି ଥାନା ଅନ୍ତର୍ଗତ ବଡ଼ମାଳର ବୁଧେ ଦେବ ନାଏକ ଓରଫ ବିକାଶ (୧୯) ଓ ବଡ଼ମାଳର ପ୍ରଫୁଲ୍ଲ ମେହେର ଓରଫ ଦିଲେଶ୍ୱର୍ (୩୨) ।
ଏମାନଙ୍କୁ ଗିରଫ କରି ଏମାନଙ୍କ ଠାରୁ ଗୋଟିଏ ଟି ଭି ଏସ ଆପାଚି  ,ନମ୍ୱର ବିହୀନ ଗୋଟିଏ କଳା ଓ ନୀଳ ରଙ୍ଗର ବଜାଜ ପଲ୍ସର୍ ,୨୦୦ ଗ୍ରାମର ରୂପା ପାଉଁଜି,ଏକ ଗ୍ରାମ ସୁନାର ନାକ ଫୁଲ ,୫୦ କେଜି ବିଶିଷ୍ଟ ଚାରି ପକେଟ୍ ଚାଉଳ ,ଗୋଟିଏ ଗ୍ୟାସ ସିଲିଣ୍ଡର ,ଗୋଟିଏ ଗ୍ୟାସ ଚୁଲି ସମେତ ତିନିଟି  ଯନ୍ତ୍ରପାତି ଜବତ କରିଛି ।ଏହି ଡକାୟତ ଦଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ଏମିତି ଚୋରି କାର୍ୟ୍ୟରେ ଲିପ୍ତ ଥିବା ଜଣାପଡିଛି । ସେମାନଙ୍କ ବିରୁଦ୍ଧରେ ଭାରତୀୟ ପେନ।ଲ କୋର୍ଟ ଧାରା ୪୫୭ ଧାରା ଅନୁଯାୟୀ କେସ ନମ୍ବର ୨୮୪ ରେ ଏକ କେସ ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ଏହି ଡକାୟତ ଦଳଙ୍କୁ ଗିରଫ କରିବାରେ ଥାନାର ଏ ଏସ ଆଇ ଲଳିତ ନାଗ, ସୁରେଶ ଦାସ ,ସହଦେବ ବିମାରୀ ପ୍ରମୁଖ ସହଯୋଗ କରିଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories