www.samajalive.in
Sunday, December 14, 2025
19.1 C
Bhubaneswar

ବଢ଼ିଲା ଚାଉଳ ଦର

ନୂଆଦିଲ୍ଲୀ: ଗହମ ପରେ ଏବେ ଚାଉଳ ମୂଲ୍ୟ ବୃଦ୍ଧି ହେବାକୁ ଯାଉଛି। ଗତ ବର୍ଷର ସମାନ ଅବଧି ତୁଳନାରେ ଚାଉଳର ସର୍ବ ଭାରତୀୟ ହାରାହାରି ଖୁଚୁରା ମୂଲ୍ୟରେ ୬.୩୧ ପ୍ରତିଶତ ମୂଲ୍ୟ ବୃଦ୍ଧି ସହ କେଜି ପିଛା ଦର ୩୭ଟଙ୍କା ୭୦ ପଇସାରେ ପହଞ୍ଚିଛି। ଚାଉଳର ଦର ନିର୍ଦ୍ଧାରଣ ଜାରି ଖରିଫ ଋତୁର ଧାନ ବୁଣା ଉପରେ ନିର୍ଭର କରେ। ଅନିୟମିତ ମୌସୁମୀ ଯୋଗୁ ଚାଷ ହ୍ରାସ ମୂଲ୍ୟ ବୃଦ୍ଧିର କାରଣ ପାଲଟିଛି। ଗତ ସପ୍ତାହ ଶେଷ ସୁଦ୍ଧା ୮.୨୫ ପ୍ରତିଶତ ଧାନବୁଣା ହ୍ରାସ ହୋଇଛି।

ଏଣୁ ଦେଶରେ ଚାଉଳ ଉତ୍ପାଦନର ସମ୍ଭାବିତ ହ୍ରାସ ଖବର ଯୋଗୁ ଚାଉଳ ମୂଲ୍ୟ ବୃଦ୍ଧି ହୋଇଛି। ଚଳିତ ଖରିଫରେ ନିର୍ଦ୍ଧାରିତ ୧୧.୨ କୋଟି ଟନ ଚାଉଳ ଉତ୍ପାଦନ ନେଇ ଧାନ ବୁଣା ଲକ୍ଷ୍ୟ ହାସଲ ନେଇ ବିଶେଷଜ୍ଞମାନେ ସନ୍ଦେହ ପ୍ରକାଶ କରିଛନ୍ତି। ଏଣୁ ନିର୍ଦ୍ଧାରିତ ଲକ୍ଷରୁ କମ୍ ଚାଉଳ ଉତ୍ପାଦନ ଆଶଙ୍କାରେ ମୂଲ୍ୟ ବୃଦ୍ଧି ହୋଇଛି। କେନ୍ଦ୍ର କୃଷିମନ୍ତ୍ରାଳୟଙ୍କ ତଥ୍ୟ ଅନୁସାରେ, ଗତ ଅଗଷ୍ଟ ୧୮ ତାରିଖ ସୁଦ୍ଧା ୩୪୩.୭୦ ଲକ୍ଷ ହେକ୍ଟର ଜମିରେ ଧାନ ବୁଣା ଯାଇଛି। ଗତବର୍ଷ ଏହି ସମୟ ସୁଦ୍ଧା ୩୭୪.୬୩ ଲକ୍ଷ ହେକ୍ଟରରେ ଚାଷ ହୋଇଥିଲା।

- Advertisement -

ମୌସୁମୀ ବର୍ଷା ହ୍ରାସ ଯୋଗୁ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର, ଓଡିଶା, ଉତ୍ତରପ୍ରଦେଶ, ଛତିଶଗଡ଼ , ମଧ୍ୟପ୍ରଦେଶ ଓ ତେଲେଙ୍ଗାନା ସମେତ ଧାନ ଚାଷ ହେଉଥିବା ରାଜ୍ୟଗୁଡ଼ିକର କମ୍‌ ଜମିରେ ଧାନ ଚାଷ ହୋଇଥିବା ସୂଚନା ମିଳିଛି। ଦେଶରେ ଧାନ ମୁଖ୍ୟ ଖରିଫ ଫସଲ, ଯାହା ଦକ୍ଷିଣ-ପଶ୍ଚିମ ମୌସୁମୀ ଆଗମନ ସହ ଜୁନ ମାସରୁ ବୁଣା ଆରମ୍ଭ ହୋଇଥାଏ। ଦେଶର ୮୦ ପ୍ରତିଶତ ଚାଉଳ ଖରିଫ ଚାଷରୁ ମିଳିଥାଏ। ରିଟେଲ ଚାଉଳ ମୂଲ୍ୟ ବୃଦ୍ଧି ଗହମ ଭଳି ନୁହେଁ ବୋଲି କୁହାଯାଇଛି। କାରଣ କେନ୍ଦ୍ର ସରକାରଙ୍କ ନିକଟରେ ଚାଉଳର ବିଶାଳ ଭଣ୍ଡାର ରହିଛି। ୩୯୬ ଲକ୍ଷ ଟନ ଚାଉଳର ଏହି ଭଣ୍ଡାରର ପରିସ୍ଥିତିରେ ଉପଯୋଗ ହୋଇପାରେ। ମୂଲ୍ୟ ବୃଦ୍ଧି ହେଲେ ନିୟନ୍ତ୍ରଣ ଲାଗି ସରକାର ଭଣ୍ଡାରରୁ ଚାଉଳ ବାହାର କରିପାରିବେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories