www.samajalive.in
Saturday, December 13, 2025
18.1 C
Bhubaneswar

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ସରଗରମ ହେଉଛି ବିହାର ରାଜନୀତି… ଫ୍ଲୋର ଟେଷ୍ଟ ପୂର୍ବରୁ ଦେଖିବାକୁ ମିଳୁଛି ପଲିଟିକାଲ ହାଇଡ୍ରାମା… ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିଜୟ ସିହ୍ନା… କିଛି ସମୟ ପରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ ନୀତୀଶ… ମହାମେଣ୍ଟ ସରକାରର ହେବ ଅଗ୍ନିପରୀକ୍ଷା…

(୨) ପଦ୍ମଶ୍ରୀ କମଳା ପୂଜାରୀ ଗୁରୁତର ଅସୁସ୍ଥ… ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସ୍ଥାନାନ୍ତର ହେଲେ କଟକ ଡାକ୍ତରଖାନା… ରବିବାର ଅସୁସ୍ଥ ହୋଇ ହୋଇଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

- Advertisement -

(୩) ରାଇସୁଆଁ ସରକାରୀ ଉଚ୍ଚ ବଦ୍ୟାଳୟ ଛାତ୍ରୀ ନିବାସର ୪୦ ଛାତ୍ରୀ ଅସୁସ୍ଥ… ସମସ୍ତ ଛାତ୍ରୀଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି… ଗତକାଲି ମୁଣ୍ଡବୁଲାଇବା ସହ ହୋଇଥିଲା ଛଡ଼ାବାନ୍ତି… ଦୂଷିତ ପାଣି କାରଣରୁ ଏପରି ହୋଇଥିବା ଅନୁମାନ…

(୪) ସଫ୍ଟଓୟାର ଇଞ୍ଜିନିୟର ଶ୍ବେତା ଆତ୍ମହତ୍ୟା ମାମଲା… ସମନାକୁ ଆସିବ କି ମୃତ୍ୟୁର ସତ ?… ପୁଲିସ ହେପାଜତରେ ପୁରୁଷ ବନ୍ଧୁ… ସୌମ୍ୟଜିତଙ୍କୁ ହେପାଜତରେ ରଖିଛି ଚନ୍ଦ୍ରଶେଖରପୁର ପୁଲିସ… ଥାନାରେ ଉପସ୍ଥିତ ଅଛନ୍ତି ଡିସିପି ପ୍ରତୀକ ସିଂ…

(୫) ରାଜ୍ୟରେ କମୁଛି କରୋନା ସଂକ୍ରମଣ… ଚିହ୍ନଟ ହେଲେ ଆଉ ୨୯୬ ପଜିଟିଭ୍‌… ଖୋର୍ଦ୍ଧାରୁ ରହିଛନ୍ତି ସର୍ବାଧିକ ୬୩ଜଣ ସଂକ୍ରମିତ… ଗୋଟିଏ ଦିନରେ ସୁସ୍ଥ ହେଲେ ୩୪୪ ଆକ୍ରାନ୍ତ… ମୋଟ୍‌ ପଜିଟିଭ୍‌ ସଂଖ୍ୟା ରହିଛି ୨୧୯୭…

(୬) ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲାଗିରହିଛି ବର୍ଷା… ଆଗାମୀ ୨୪ ଘଣ୍ଟା ଯାଏ ରାଜ୍ୟରେ ବିସ୍ତୃତି ବର୍ଷା ସମ୍ଭାବନା… ପଶ୍ଚିମ ଓଡ଼ିଶାର ୪ଜିଲ୍ଲାରେ ପ୍ରବଳ ବର୍ଷିବ… ଦେବଗଡ, ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି… ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ରହିବ ବର୍ଷାର ପ୍ରଭାବ…

(୭) ଖସୁଛି ସୁବର୍ଣ୍ଣରେଖା… ହେଲେ ବାଲେଶ୍ୱରରେ ଆସିନି ପରିସ୍ଥିତିରେ ସୁଧାର…  ଏବେବି ପାଣି ଘେରରେ ୨୫୦ରୁ ଅଧିକ ଗାଁ… ହଜାର ହଜାର ଲୋକ ହୋଇଛନ୍ତି ଜଳବନ୍ଦୀ… ଉଜୁଡିଛି ସୁନାର ଫସଲ… ଚିନ୍ତାରେ ଅଛନ୍ତି ଚାଷୀ…

(୮)  ବଢୁଛି ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା… ପୁରୀ ଜିଲ୍ଲାର ଗୋପ ଅଞ୍ଚଳରେ ଏବେ ବି ଜଳବନ୍ଦୀ ଅଛନ୍ତି ଲୋକେ… ଧନୁଆ ନଦୀ ଭସାଇନେଲା ଚାଷୀର ଝାଳବୁହା ଧନ… କଣାସରେ ବି ଏବେ ବି ପାଣିଘେରରେ ୬୦ ପରିବାର… ମାଟିରେ ଲୋଟୁଛି ସୁନାର ଫସଲ…

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories