www.samajalive.in
Sunday, December 14, 2025
26.1 C
Bhubaneswar

ଆରମ୍ଭ ହେଲା ବିହାର ବିଧାନସଭା; ଗୃହ ବାହାରେ ବିରୋଧୀଙ୍କ ବିରୋଧ ପ୍ରଦର୍ଶନ

ବିହାର:  ଆଜି ନୀତୀଶ ତେଜସ୍ୱୀ ମହାମେଣ୍ଟ ସରକାରର ଅଗ୍ନିପରୀକ୍ଷା ହେବ ।  ବିହାର ବିଧାନସଭାରେ ବହୁମତ ପରୀକ୍ଷା ହେବାକୁ ଥିବା ବେଳେ ବର୍ତ୍ତମାନ ବିଧାନସଭା ବାଚସ୍ପତି ବିଜୟ କୁମାର ସିହ୍ନା ବିଧାନସଭାକୁ ସମ୍ବୋଧିତ କରୁଛନ୍ତି । ଫ୍ଲୋର ଟେଷ୍ଟ ପୂର୍ବରୁ ବିହାରରେ ପଲିଟିକାଲ ହାଇଡ୍ରାମା ଦେଖିବାକୁ ମିଳିଛି । ଅବିଶ୍ବାସ ପ୍ରସ୍ତାବ ଥିବା ସତ୍ତ୍ବେ ପଦରୁ ଇସ୍ତଫା ଦେଇ ନାହାନ୍ତି ବାଚସ୍ପତି ବିଜୟ ସିହ୍ନା । ବିଜୟ ବାଚସ୍ପତି ପଦରୁ ଇସ୍ତଫା ଦେବାକୁ ମନା କରିଥିବା ବେଳେ ଭାଙ୍ଗିଯିବି ପଛେ ନଇଁବି ନାହିଁ ବୋଲି କହିଛନ୍ତି ।

ସୂଚନା ଥାଉ କି ଏହା ପୂର୍ବରୁ ଆରଜେଡି ନେତାଙ୍କ ଉପରେ ଚଢ଼ାଉ  କରିଥିଲା ସିବିଆଇ । ଯାହା ଫଳରେ ଆରଜେଡିର ନେତା ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଆଜିର ବହୁମତ ପରୀକ୍ଷାକୁ ନେଇ ଆଜି ବିହାର ରାଜନୀତି ଆହୁରି ସରଗରମ ହୋଇଛି । ବିହାର​‌ରେ ବିଜେପି ଓ ସିପିଆଇ ବିଧାୟକ ମାନେ ବିରୋଧ ପ୍ରଦର୍ଶନ କରିଛନ୍ତି ।

- Advertisement -

ଆଉ ଅଳ୍ପ ସମୟ ମଧ୍ୟରେ ନୀତୀଶ ତେଜସ୍ୱୀ ମହାମେଣ୍ଟ ସରକାରର ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ । ଏବେ ବିହାର ବିଧାନସଭା ଦ୍ୱାରା ଡକାଯାଇଥିବା ସ୍ୱତନ୍ତ୍ର ଅଧିବେଶନର ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ସମୟରେ ବିଧାନସଭା ବାହାରେ ବିଜେପି ଏବଂ ସିପିଆଇର ବିଧାୟକ ମାନେ ପ୍ରଦର୍ଶନ ଆରମ୍ଭ କରିଛନ୍ତି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories