www.samajalive.in
Sunday, December 14, 2025
23.1 C
Bhubaneswar

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥଣ୍ଡା ଓ ଗରମ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

ପାଟଣା: ବିଧାୟକ ପାଣ୍ଠି ଅନୁଦାନରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିର୍ମିତ ଥଣ୍ଡା ଓ ଗରମ ପାନୀୟ ଜଳ ପ୍ରକଳ୍ପକୁ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକ ଉଦଘାଟନ କରିଛନ୍ତି। ଏହି ପ୍ରକଳ୍ପରେ ସ୍ୱଚ୍ଛ ପାନୀୟ ଓ ଥଣ୍ଡା ପାନୀୟ ଜଳ ପାଇଁ ସ୍ୱତନ୍ତ୍ର ଭାବେ ଟ୍ୟାବ ଲଗାଯାଇଛି। ସେହିପରି ଡାକ୍ତରଖାନା ଭିତରେ ଗରମ ଜଳ ପାଇଁ ମଧ୍ୟ ଯନ୍ତ୍ର ସ୍ଥାପନ କରାଯାଇଛି। ବିଧାୟକ ଶ୍ରୀ ନାଏକଙ୍କ ସହ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ବିଡିଓ ଇଶ୍ୱରଚନ୍ଦ୍ର ନାଏକ, ବଡ଼ପାଟଣା ସରପଞ୍ଚ ବିନତି ବାନାରା, ସମିତି ସଭ୍ୟ ମୋହନ ସୁନ୍ଦର ମହାନ୍ତ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧ୍ୟକ୍ଷ ଡାକ୍ତର ଶୁଭେନ୍ଦୁ ସାଗର କୁମାର ନାଏକ,ବିପିଏମ ଦୀପକ କୁମାର ନାୟକ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ବାବୁଲି ଭଞ୍ଜ,ବଣିକ ସଂଘ ସଭାପତି ବୁଲୁ ଭଞ୍ଜ,ଦିଲୁ ଭଞ୍ଜ,ନିରଞ୍ଜନ ତ୍ରିପାଠୀ, ସୁଦାମ ଦାଶ, ଡବ୍ଲୁ ଆନସାରି,ମହେନ୍ଦ୍ର ମିଶ୍ର, ବିଭୁତି ବେହେରା, ପ୍ରମୁଖ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି କାର୍ଯ୍ୟକ୍ରମ ରେ ସାମିଲ ଥିଲେ।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories