www.samajalive.in
Saturday, December 13, 2025
26.1 C
Bhubaneswar

୫୦ଏକର ଚାଷଜମିରେ ବାଲି ମାଡିଗଲା

ପିପିଲି:ଦୟାନଦୀର ବନ୍ୟାରେ ପିପିଲି ବ୍ଲକ ଅନ୍ତର୍ଗତ କଣ୍ଟି ମୌଜାର ୫୦ ଏକରରୁ ଉର୍ଦ୍ଧ ଜମିରେ ବାଲି ମାଡିଯାଇଛି। କଣ୍ଟି ଠାରେ ନଦୀବନ୍ଧରେ ଥିବା କାଜରୁ ନିର୍ଗତ ବନ୍ୟାଜଳରେ ଶହ ଶହ ହେକ୍ଟର ଚାଷଜମିର ଫସଲ ସଂପୂର୍ଣ୍ଣ ଭାବେ ଉଜୁଡି ଯାଇଛି। ପିପିଲି-ଜଟଣୀ ରାସ୍ତା ଉପରେ ଏହି ବନ୍ୟାଜଳ ୬ଦିନ ଧରି ପ୍ରବାହିତ ହୋଇଥିବା ବେଳେ କଣ୍ଟି ମୌଜାରେ ଥିବା କଣ୍ଟି, ସାନକଣ୍ଟି, ନାରଣଖେତା, ବାରିମୂଳ, କେରୁଣ୍ଡେଇ, ମାର୍ଥା ଆଦି ଗ୍ରାମର ଚାଷୀଙ୍କର ୫୦ରୁ ଉର୍ଦ୍ଧ ଏକର ଚାଷଜମିରେ ନଇବାଲି ମାଡିଯାଇଛି। କେଉଁଠି ଅଢେଇ ଫୁଟ୍‍ ଉଚ୍ଚରେ ତ’ ପୁଣି କେଉଁଠି ଫୁଟେ ଉଚ୍ଚରେ ବାଲି ମାଡିଯାଇଛି। ଫଳରେ ଉକ୍ତ ଜମିର ଫସଲ ସଂପୂର୍ଣ୍ଣ ଭାବେ ଉଜୁଡି ଯାଇଥିବା ବେଳେ ସମଗ୍ର ଚାଷଜମି ଏବେ ବାଲିମୟ ହୋଇଛି। ଏହା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି। ଜମିରୁ ବାଲି ସଫା କରିବାକୁ ଚାଷୀଙ୍କ ପାଖରେ ସମ୍ବଳ ନାହିଁ। ଏହାକୁ ନେଇ ୩୦ରୁ ଉର୍ଦ୍ଧ ଚାଷୀ ଏବେ ଚିନ୍ତାରେ ଅଛନ୍ତି। ସେମାନଙ୍କ ଜମିରୁ ବାଲି ସଫା କରିବା ପାଇଁ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ ନିମନ୍ତେ ସାଧାରଣରେ ଦାବି ହୋଇଛି। ତେବେ ରାଜସ୍ୱ ବିଭାଗ ଓ କୃଷି ବିଭାଗ ମିଳିତଭାବେ ବୁଧବାର ଠାରୁ କ୍ଷୟକ୍ଷତିର ଆକଳନ କରିବା ପରେ ସେ ସଂପର୍କିତ ତଥ୍ୟକୁ ସରକାରଙ୍କ ପାଖକୁ ପଠାଯିବ ଓ ସରକାରଙ୍କ ଠାରୁ ସହାୟତା ଆସିବା ପରେ ତାହାକୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଦାନ କରାଯିବ ବୋଲି ପିପିଲି ତହସିଲଦାର ପୁନମ ମହାପାତ୍ର ସୂଚନା ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories