www.samajalive.in
Sunday, December 14, 2025
26.1 C
Bhubaneswar

ନାହିଁ ନାହିଁରେ ଚାଲିଛି ବୌଦ୍ଧ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ

ହରଭଙ୍ଗା: ୨ଜାନୁୟାରୀ ୧୯୯୪ରେ ବୌଦ୍ଧ ଜିଲ୍ଲା ଗଠନ ହେଲା। ଜିଲ୍ଲା ଗଠନକୁ ୨୮ବର୍ଷ ପୂରିଛି। ଅଭାବଥିବା ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ସ୍ଥାପନ ପରେ ବୌଦ୍ଧ ଏକ ପୂର୍ଣ୍ଣାଙ୍ଗ ଜିଲ୍ଲାଭାବେ ନିଜର ପରିଚୟ ସୃଷ୍ଟି କରିଛି। ୨୦୦୮ରେ ବୌଦ୍ଧରେ ସବୁଠାରୁ ଗୁରତ୍ୱପୂର୍ଣ୍ଣ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ସ୍ଥାପନ ହୋଇଥିଲା। ଏହାପରେ ଜିଲ୍ଲାରେ ସବୁ ବିଭାଗରେ ଚାଲିଥିବା ଆଖିବୁଜା ଦୁର୍ନୀତି ଉପରେ ରୋକ ଲାଗିବ ବୋଲି ବୌଦ୍ଧବାସୀ ଆଶାପ୍ରକଟ କରିଥିଲେ। ମାତ୍ର ଦୁର୍ନୀତି ନିବାରଣ ଭଳି ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟରେ ଡିଏସପି ଭଳି ବିଭାଗୀୟ ମୁଖ୍ୟ ପଦବୀ ବର୍ଷ ବର୍ଷ ହେଲା ଖାଲିପଡ଼ିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଡିଏସପି ପଦବୀ ସହିତ ୨ଜଣ କନଷ୍ଟେବଳ ପଦବୀ ଖାଲିପଡ଼ିଥିବାରୁ ଜିଲ୍ଲା ଦୁର୍ନୀତି ନିବାରଣ କାର୍ଯ୍ୟାଳୟଟି ବର୍ତ୍ତମାନ ନାହିଁ ନାହିଁ ଅବସ୍ଥାରେ ଚାଲିଛି। ଫଳରେ ଜିଲ୍ଲାରେ ତଳରୁ ଉପର ଯାଏଁ ସରକାରୀ କାର୍ଯ୍ୟାଳୟଗୁଡିକରେ ଆଖିବୁଜା ଦୁର୍ନୀତି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ବ୍ୟତିକ୍ରମ ଘଟିଛି।ଏହା ସହିତ ସକାଳ ଖବରକାଗଜରେ ଦୁର୍ନୀତି ନିବାରଣ ବିଭାଗର ଖବର ମୁଖ୍ୟ ଖବର ହୋଇଥିବାବେଳେ ବୌଦ୍ଧରେ ଭିଜିଲାନ୍ସ କେସ୍ ସଂଖ୍ୟା ଶୂନରେ ପହଞ୍ଚିଛି। ବର୍ତମାନ କାର୍ଯ୍ୟାଳୟଟି ଜଣେ ଇନ୍ସପେକ୍ଟର ସାଙ୍ଗକୁ ଜଣେ କନଷ୍ଟେବଳରେ ଚାଲିଥିବା ବେଳେ କନ୍ଧମାଳ ଡିଏସପିଙ୍କୁ ଏହାର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଦୁର୍ନୀତି ନିବାରଣ ବିଭାଗର ହର୍ତାକର୍ତା ଅଭାବରୁ ସରକାରୀ ଅର୍ଥ ହରିଲୁଟ କରୁଥିବା ଖଣ୍ଟ ଚୋରଙ୍କ ପାଇଁ ଜାଲ ବିଛାଇବା ଜିଲ୍ଲାରେ ସମ୍ଭବପର ହେଉନାହିଁ। ଏ ଦିଗରେ ବୌଦ୍ଧ ଜିଲ୍ଲାପାଳ ଏବଂ ଦୁର୍ନୀତି ନିବାରଣ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବୀ ଉଠୁଛି।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories