www.samajalive.in
Sunday, December 14, 2025
14.1 C
Bhubaneswar

ବସ୍‌ରେ  ନିଆଁ – ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପିପିଲି : ବିହାରରୁ ପୁରୀ ଓ କୋଣାର୍କକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କ ଏକ ବସ୍‌ରେ ହଠାତ୍‍ ନିଆଁ ଲାଗି ଯାଇଥିବା ବେଳେ ଏକ ନିଶ୍ଚିତ ବିପଦରୁ ଅଳ୍ପକେ ଯାତ୍ରୀମାନେ ବର୍ତ୍ତି ଯାଇଥିବା ସୂଚନା ମିଳିଛି ।

ବିହାରର କଟିହାର ଜିଲାର ୬୦ଜଣ ପର୍ଯ୍ୟଟକ ପୁରୀ ଓ କୋଣାର୍କ ପରିଭ୍ରମଣ କରିବା ପରେ ଘରକୁ ଫେରୁଥିବା ବେଳେ ମଙ୍ଗଳବାର ସକାଳେ ପିପିଲିର ଜଗନ୍ନାଥପୁର ଗ୍ରାମ ନିକଟରେ ଏହି ଅଘଟଣ ଘଟିଥିଲା । କୋଣାର୍କରୁ ଏହି ବସ୍‍ଟି ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଜଗନ୍ନାଥପୁର ଗ୍ରାମ ଠାରେ ବସ୍‍ର ପଛ ପାଶ୍ୱର୍ରେ ହଠାତ ନିଆଁ ଲାଗି ଧୂଆଁ ବାହାରିଥିଲା । ଏହା ଦେଖି ବସ୍‍ର ଯାତ୍ରୀମାନେ ଚିତ୍କାର କରିବା ପରେ ବସ୍‍ର ଚାଳକ ଗାଡିକୁ ସେଠାରେ ରଖି ଦେଇଥିଲେ । ବସ୍‍ର ପଛ ପାର୍ଶ୍ୱ   ଜଳୁଥିବାର ଦେଖି ନିକଟସ୍ଥ କେନାଲରୁ ପାଣି ଆଣି ଯାତ୍ରୀମାନେ ନିଆଁକୁ ଲିଭାଇଥିଲେ ।

- Advertisement -

ସଟ୍‍ସର୍କିଟ୍‍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ପିପିଲିରୁ ମେକାନିକ ଆସି ମରାମତି କରିବା ପରେ ଅପରାହ୍ନରେ ବସ୍‍ଟି ବିହାର ଅଭିମୁଖେ ଯାଇଥିଲା । ଏଥିଯୋଗୁଁ ବସ୍‍ର ପଛ ଡିକିରେ ଥିବା ପିଲାଙ୍କ ଖେଳଣା, ରୋଷେଇ ସାମଗ୍ରୀ ଓ ପୋଷାକ ଆଦି ପୋଡି ଯାଇଥିବା ସୂଚନା ମିଳିଛି ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories