www.samajalive.in
Thursday, December 11, 2025
13.1 C
Bhubaneswar

ସଠିକ ଆକଳନ ଦାବି କଲା କଂଗ୍ରେସ

ଭୁବନେଶ୍ୱର : ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ମୃତାହତଙ୍କ ଠିକ ତଥ୍ୟ ଦେବାସହ କ୍ଷୟକ୍ଷତିର ସଠିକ ଆକଳନ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ କଂଗ୍ରେସ ଦାବି କରିଛି। ୨୦୦୧ରୁ ୨୦୧୨-୧୩ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ କ୍ଷୟକ୍ଷତିର ଆକଳନ କରି ରାଜ୍ୟ ସରକାର ମୋଟ୍‍ ୧୧,୫୧୮.୪୫ କୋଟି ଟଙ୍କାର ସହାୟତା ରାଶି କେନ୍ଦ୍ରକୁ ମାଗିଥିଲେ। ମାତ୍ର କେନ୍ଦ୍ର ସରକାର ରାଜ୍ୟକୁ ୧୭୯୮.୩୬ କୋଟି ଟଙ୍କା ପ୍ରଦାନ କରିଥିଲେ। ଏଠାରେ ପ୍ରଶ୍ନ ଉଠୁଛି ରାଜ୍ୟ ସରକାରଙ୍କ କ୍ଷୟକ୍ଷତିର ଆକଳନ ତ୍ରୁଟିପୂର୍ଣ୍ଣ ଥିଲା ନା କେନ୍ଦ୍ର ମନଇଚ୍ଛା ସହାୟତା ରାଶି କାଟିଥିଲା? ଏହାକୁ ଦୃଷ୍ଟିରେ ରଖି ତିତ୍‍ଲି ବାତ୍ୟାରେ ସାଧାରଣ ସମ୍ପତ୍ତିର କ୍ଷୟକ୍ଷତିର ଆକଳନ ବାସ୍ତବ ତଥ୍ୟକୁ ନେଇ ସରକାର ସ୍ପଷ୍ଟ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି। ଅତୀତରେ ଫାଇଲିନ୍‍ ଓ ହୁଡ୍‍ହୁଡ୍‍ ଭଳି ଅଧାପନ୍ତରିଆ ଥଇଥାନ କାର୍ଯ୍ୟ ନହେଉ ବୋଲି ଦଳ ପକ୍ଷରୁ ସତର୍କ କରାଇ ଦିଆଯାଇଛି। ରାଜ୍ୟ ସରକାର ଜିରୋ କାଜୁଆଲ୍ଟି ପ୍ରଚାର ପ୍ରସାରରୁ ନିବୃତ୍ତ ରହିବା ସହ କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବା ଓ ତିତ୍‍ଲି ବାତ୍ୟାରେ ଚାଷୀଙ୍କର ନଷ୍ଟ ହୋଇଥିବା ଫସଲ ପାଇଁ ଏକର ପିଛା ୨୦ ହଜାର ଟଙ୍କା କ୍ଷତିପୂରଣ ଓ କ୍ଷୟକ୍ଷତିର ସଠିକ୍‍ ଆକଳନ କରିବାକୁ କଂଗ୍ରେସ ଦାବି କରିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories