www.samajalive.in
Thursday, December 11, 2025
13.1 C
Bhubaneswar

ସାଇକଲରେ ଶିରିଡ଼ି ଯାଇଥିବା ଦିପୁନକୁ ବିମାନ ବନ୍ଦରରେ ସମ୍ବର୍ଦ୍ଧନା

ଭୁବନେଶ୍ୱର ; ଗତ ଗଣେଶ ପୂଜା ଦିନ ଓଡ଼ିଶାରୁ ସାଇକଲ ଯୋଗେ ଶିରିଡ଼ି ଯାଇଥିବା ଦିପୁନଙ୍କୁ ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରେ ରାଜ୍ୟସ୍ତରୀୟ ସାଇଭକ୍ତ ସମ୍ମିଳନୀ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ଦିପୁନ ମୁମ୍ବଇ ବିମାନ ବନ୍ଦରଠାରୁ ବିମାନ ଯୋଗେ ଆସି ସ୍ଥାନୀୟ ବିମାନ ବନ୍ଦରଠାରେ ଆଜି ପହଞ୍ଚିଥିଲେ। ଶ୍ରୀ ସାଇବାବାଙ୍କର ୧୦୦ତମ ପୁଣ୍ୟତିଥି ପାଳନ ଅବସରରେ ଦିପୁନ ଓଡ଼ିଶାର ଜଗତସିଂହପୁର ଜିଲାର ଟିଟିଙ୍ଗା ସାଇମନ୍ଦିର ଠାରୁ ସାଇକଲ ଯୋଗେ ଗତ ୧୩ ସେପ୍ଟେମ୍ବର ଗଣେଶ ପୂଜା ଦିନ ଯାତ୍ରା ଆରମ୍ଭ କରି ୧୯୦୦ କି.ମି. ରାସ୍ତା ଅତିକ୍ରମ କରି ଚଳିତ ଅକ୍ଟୋବର ୩ ତାରିଖ ଦିନ ଶିରିଡ଼ିଠାରେ ପହଞ୍ଚି ସମାଧି ମନ୍ଦିରରେ ଶ୍ରୀ ସାଇବାବାଙ୍କୁ ଦର୍ଶନ କରିଥିଲେ। ଏହି ଅବସରରେ ଶ୍ରୀ ସାଇବାବା ସଂସ୍ଥାନ, ଶିରିଡ଼ି ଓ ସ୍ଥାନୀୟ ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଦିପୁନ୍‍ଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ଦିପୁନ ଶିରିଡ଼ି ଅବସ୍ଥାନ ସମୟରେ ଲକ୍ଷ ଲକ୍ଷ ସାଇଭକ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଯାଇଥିଲେ। ସ୍ଥାନୀୟ ବିମାନ ବନ୍ଦରଠାରେ ରମେଶ ଚନ୍ଦ୍ର ଦାଶ, ଅଶ୍ରୁମୋଚନ ମହାନ୍ତି, ପବିତ୍ର ମୋହନ ସାମଲ, ସୂର୍ଯ୍ୟନାରାୟଣ ଦାସ, ଜ୍ଞାନେନ୍ଦ୍ର ସେନାପତି, ପ୍ରସନ୍ନ ଜେନା, ମନମୋହନ ସାହୁ, ନବକିଶୋର ମହାଲିକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories