www.samajalive.in
Saturday, December 13, 2025
26.1 C
Bhubaneswar

ମୋମୋ ଖେଳ ଯୁବକଙ୍କ ଜୀବନ ନେଲା

ବୁର୍ଲା : ସୋନପୁର ଜିଲା ବିନିକା ଥାନା ଅନ୍ତର୍ଗତ ମହାଦେବପାଲି ଗ୍ରାମର ସ୍ମାରକ ନାୟକ(୨୦)ମୋମୋ ଚାଲେଞ୍ଜ ଖେଳି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ଏହି ଭୟଙ୍କର ଅନ୍‍ଲାଇନ୍‍ ଖେଳର ଚାଲେଞ୍ଜ ସ୍ୱୀକାର କରି ପ୍ରଥମେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟିକରିବା ପରେ ଶେଷରେ ବିଷପାନ କରିଥିବା ନେଇ ପରିବାର ପକ୍ଷରୁ ସନ୍ଦେହ ପ୍ରକଟ କରାଯାଇଛି। ଶନିବାର ସକାଳେ ସ୍ମାରକ ନିଜ କୋଠରୀରେ ଆତ୍ମହତ୍ୟା ଉଦ୍ୟମ କରିଥିବାର ପରିବାର ଲୋକେ ଦେଖିବା ପରେ ପ୍ରଥମେ ସ୍ଥାନୀୟ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ବୁର୍ଲା ମେଡ଼ିକାଲ ଅଣାଯାଇଥିଲା। ମାତ୍ର ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି।
ସୂଚନାରୁ ପ୍ରକାଶ, ସୋନପୁର ଜିଲା ବିନିକା ଥାନା ଅନ୍ତର୍ଗତ ମହାଦେବପାଲି ଗ୍ରାମର ସୁଧାଂଶୁ ନାୟକଙ୍କ ପୁଅ ସ୍ମାରକ ଦଶମ ଶ୍ରେଣୀରୁ ପାଠପଢ଼ା ଛାଡ଼ି ଦେଇଥିଲେ। ସେ କିଛିଦିନ ହେଲା ଏଣ୍ଡ୍ରଏଡ଼ ମୋବାଇଲ ଫୋନରେ ମୋମୋ ଖେଳ ଖେଳି ଆସୁଥିଲେ। ଏହି ମୋବାଇଲରେ ସ୍ମାରକ ମୋମୋ ଖେଳ ଖେଳୁଥିବା ଯୋଗୁଁ ସେ ଆତ୍ମହତ୍ୟା କରିଥିବା ମୃତକର ଭାଇ ଅଭିଷେକ ନାୟକ ସନ୍ଦେହ ପ୍ରକାଶ କରିଛନ୍ତି। ତାଙ୍କ ବାମ ହାତରେ ପ୍ରାୟ ପାଞ୍ଚରୁ ଊର୍ଦ୍ଧ୍ବ ସ୍ଥାନରେ କୌଣସି ଧାରୁଆ ଅସ୍ତ୍ରରେ ଗଭୀର କଟାଚିହ୍ନ ରହିଥିବା ଦେଖିବାକୁ ମିଳିଛି। ଗତ ରାତିରେ କୋଠରୀ ମଧ୍ୟରେ ସେ ବିଷପାନ କରି ଶୋଇପଡ଼ିଥିଲେ ଆଜି ସକାଳେ ବାନ୍ତି ହେବା ସହିତ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଫଳରେ ପରିବାର ଲୋକେ ଡାକ୍ତରଖାନାକୁ ନେଇଥିଲେ। ବୁର୍ଲାରେ ସ୍ମାରକଙ୍କ ମୃତ୍ୟୁ ହେବା ପରେ ମୋମେକ ଗେମ୍‍ରୁ ଏହା ପଶ୍ଚିମ ଓଡ଼ିଶାର ପ୍ରଥମ ମୃତ୍ୟୁ ବୋଲି କୁହାଯାଇଛି। ମୋମୋ ଖେଳ ହ୍ୱାଟସ୍‍ଆପ୍‍ରେ ଏକ ଚାଲେଞ୍ଜ ଆସିଥାଏ, ଯେଉଁଥିରେ ଖେଳାଳିଙ୍କୁ ବିଭିନ୍ନ ଟାସ୍କ କରିବାକୁ ଦିଆଯାଇଥାଏ। ଶେଷରେ ଖେଳାଳିଙ୍କୁ ମାନସିକ ସ୍ତରରେ ଚାପଗ୍ରସ୍ତ କରାଇ ବିଭିନ୍ନ ମାଧ୍ୟମରେ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତ୍ତା ଯାଇଥାଏ। ବୋଧହୁଏ ଖେଳର ଶେଷ ପର୍ଯ୍ୟାୟରେ ସ୍ମାରକ ପହଞ୍ଚି ଏଭଳି କରିଥିବା କୁହାଯାଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories