www.samajalive.in
Saturday, December 13, 2025
26.1 C
Bhubaneswar

ଆମେରିକାରେ ଓଡ଼ିଆ ଡାକ୍ତର ପୁରସ୍କୃତ

ଭୁବନେଶ୍ୱର : ଆମେରିକା କଲେଜ ଅଫ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲଜି ପକ୍ଷରୁ ଯୁକ୍ତରାଷ୍ଟ୍ର ଆମେରିକାର ଫିଲାଡେଲଫିଆଠାରେ ଆୟୋଜିତ ଆନ୍ତର୍ଜାତିକ ଚିକିତ୍ସା ସମ୍ମିଳନୀରେ ଓଡ଼ିଆ ଡାକ୍ତର ଆଶୁତୋଷ ମହାପାତ୍ରଙ୍କର ଗବେଷଣାତ୍ମକ ସନ୍ଦର୍ଭ ଉଚ୍ଚ ପ୍ରଶଂସିତ ହୋଇଛି। କ୍ଷୁଦ୍ର ଅନ୍ତଃନଳୀ ଘା’ ବା ସ୍ମଲ ଇଣ୍ଟେନଷ୍ଟାଇନ୍‍ ଅଲସର ଉପରେ ପ୍ରସ୍ତୁତ ତାଙ୍କର ଏହି ସନ୍ଦର୍ଭ ସମ୍ମାନଜନକ ପ୍ରେସିଡେନ୍ସିଆଲ ପୋଷ୍ଟର ପୁରସ୍କାର ଲାଭ କରିଛି। ଅନ୍ତଃନଳୀରେ ଯନ୍ତ୍ରଣା ଓ ଘା’ ଆଜିକାଲି ବହୁଳଭାବରେ ଦେଖାଦେଉଥିବାରୁ ଏହାର କିପରି ସୁଲଭ ଓ ସୁବିଧା ଉପାୟରେ ଚିକିତ୍ସା କରାଯାଇପାରିବ ତା’ ଉପରେ ଡା. ମହାପାତ୍ର ଦୀର୍ଘ ଗବେଷଣା ଚଳାଇଥିଲେ। ସମଗ୍ର ଦେଶ ଓ ବିଦେଶରୁ ଏକ ହଜାରରୁ ଊର୍ଦ୍ଧ୍ବ ବରିଷ୍ଠ ଡାକ୍ତର ଏହି ସମ୍ମିଳନୀରେ ଉପସ୍ଥିତ ରହି ନିଜ ନିଜର ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନା କରିଥିଲେ। ସେମାନଙ୍କ ମଧ୍ୟରୁ ଭାରତରୁ ମାତ୍ର ଦୁଇଜଣ ଡାକ୍ତର ସର୍ବୋଚ୍ଚ ପ୍ରେସିଡେନ୍ସିଆଲ ପୋଷ୍ଟର ପୁରସ୍କାର ପାଇଁ ମନୋନୀତ ହୋଇଥିବାବେଳେ ଓଡିଆ ଡାକ୍ତରଭାବେ ଶ୍ରୀ ମହାପାତ୍ର ଏହି କୃତିତ୍ୱ ଲାଭ କରିଛନ୍ତି। ଆମେରିକାନ କଲେଜ ପକ୍ଷରୁ ପ୍ରକାଶିତ ଜର୍ଣ୍ଣାଲରେ ଅଢ଼େଇ ହଜାର ସନ୍ଦର୍ଭ ପ୍ରକାଶିତ ହୋଇଥିବାବେଳେ ମାତ୍ର ୫ ପ୍ରତିଶତ ଗବେଷକ ପ୍ରେସିଡେନ୍ସିଆଲ ପୁରସ୍କାର ଲାଭ କରିବାକୁ ଯୋଗ୍ୟ ବିବେଚିତ ହୋଇଥାନ୍ତି। ବର୍ତ୍ତମାନ ଡ. ମହାପାତ୍ର ଆମ୍ରି ହସ୍ପିଟାଲରେ ବରିଷ୍ଠ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲଜି କନ୍‍ସଲଟାଣ୍ଟଭାବରେ କାର୍ଯ୍ୟରତ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories