www.samajalive.in
Sunday, December 14, 2025
19.1 C
Bhubaneswar

ବନ୍ୟାରେ ଭାସିଗଲେ ୩୨ ଘଡ଼ିଆଳ କୁମ୍ଭୀର

ଅନୁଗୋଳ : ମହାନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଟିକରପଡ଼ା ସାତକୋଶିଆ ଗଣ୍ଡ ବଳଦମରା ଘାଟରେ ଥିବା ୩୨ଟି ଘଡ଼ିଆଳ ଛୁଆ କୁମ୍ଭୀର ଭାସିଆସିଥିବା ସୂଚନା ମିଳିଛି। ଏହାଫଳରେ ମହାନଦୀ ଅବବାହିକାର ତଳମୁଣ୍ଡରେ ଅଧିକ ବିପଦ ସୃଷ୍ଟି ହୋଇଛି। ଏବେ ସୁଦ୍ଧା ଆଠଗଡ଼, ବାଙ୍କି ଓ କଟକ ଜିଲା ସମେତ କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଜିଲାର ଶହ ଶହ ଗାଁ ଜଳବନ୍ଦୀ ଥିବାବେଳେ ପୋଖରୀ, ନଦୀ ଓ ଅନ୍ୟାନ୍ୟ ଜଳାଶୟ ଏକାକାର ହୋଇପଡିଛି। ସୂଚନାଯୋଗ୍ୟ ଗତ ମେ ମାସରେ ୩୨ଟି ଘଡିଆଳ ଛୁଆ ଏହି କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଜନ୍ମ ନେଇଥିଲେ। ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଏହି ଶିଶୁ କୁମ୍ଭୀରଙ୍କ ସୁରକ୍ଷା ମଧ୍ୟ ଏକପ୍ରକାର ବିପନ୍ନ ହୋଇପଡିଥିବା ପରିବେଶବିତ୍‌ ଓ ପ୍ରାଣୀ ବିଜ୍ଞାନୀ ଆଶଙ୍କା କହିଛନ୍ତି। ଗତଥର ମଧ୍ୟ ମହାନଦୀରେ ବନ୍ୟାପାଣି ଆସିବାରୁ ୨୮ଟି ଘଡିଆଳ କୁମ୍ଭୀର ଏହି ପ୍ରଜନନ କେନ୍ଦ୍ରରୁ ଭାସି ଯାଇଥିଲେ। ଟିକରପଡାର ସାତକୋଶିଆ ଗଣ୍ଡ ବିଶେଷକରି ଘଡ଼ିଆଳ କୁମ୍ଭୀରଙ୍କ ପାଇଁ ଏକ ପ୍ରାକୃତିକ ଆବାସସ୍ଥଳ ରହିଆସିଛି। ମଧୁର ଜଳରେ ଘଡିଆଳ କୁମ୍ଭୀର ବିଶେଷକରି ରହିଥିବାରୁ ଏହା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଆସିଛି। ଏବେ ରାଜ୍ୟରେ ଘଡ଼ିଆଳ କୁମ୍ଭୀରଙ୍କ ସଂଖ୍ୟା ହ୍ରାସ ପାଇବା ନେଇ ପରିବେଶବିତ୍‌ ଚିନ୍ତା ପ୍ରକଟ କରିଥିବାବେଳେ ଚଳିତ ବନ୍ୟାରେ ପ୍ରାକୃତିକ ବାପସ୍ଥଳୀରୁ ୩୨ କୁମ୍ଭୀର ଛୁଆ ପୁଣି ଭାସିଯିବା ବିଭାଗୀୟ ଅପାରଗତାକୁ ପଦାରେ ପକାଇଛି। ଅନ୍ୟପକ୍ଷରେ ସାତକୋଶିଆ ଡିଏଫ୍‌ଓ ସରୋଜକାନ୍ତ ପଣ୍ଡା କହିଛନ୍ତି ଯେ, କିଛି ଘଡ଼ିଆଳ କୁମ୍ଭୀର ଶାବକଙ୍କୁ ଉଦ୍ଧାର କରାଯାଇଛି। ଏବେ ଚାରିଆଡ଼େ ବନ୍ୟାପାଣି ଜମି ରହିଥିବାରୁ ସର୍ଚ୍ଚ ଅପରେସନ କଷ୍ଟ ସାଧ୍ୟ ହୋଇଛି। ପାଣି କମିଲେ ସେମାନଙ୍କୁ ଖୋଜି ଉଦ୍ଧାର କରିବା ପାଇଁ ପ୍ରୟାସ କରାଯିବ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories