www.samajalive.in
Sunday, December 14, 2025
26.1 C
Bhubaneswar

କଂଗ୍ରେସ ପକ୍ଷରୁ ରିଲିଫ ସାମଗ୍ରୀ ବଣ୍ଟନ

ବାଙ୍କୀ:ମହାନଦୀରେ ବନ୍ୟା ଆସିବା ଫଳରେ ବାଙ୍କୀ ଉପଖଣ୍ଡର ବାଙ୍କୀ ବ୍ଲକ, ଡମପଡା ବ୍ଲକ ଏବଂ ବାଙ୍କୀ ଏନଏସିର ଅର୍ଦ୍ଧାଧିକ ଅଞ୍ଚଳ ବନ୍ୟା ପ୍ଲାବିତ ହେବା ସହ ଜୀବନ ଜୀବିକା ବେଶ ପ୍ରଭାବିତ ହୋଇଥିଲା। ମହାନଦୀର ଜଳ ସ୍ତର କମିଥିବା ବେଳେ ଏବେ ବି ବାଙ୍କିର ଅନେକ ଅଞ୍ଚଳ ପାଣି ଘେରରେ ରହିଛି। ବିଶେଷ କରି ଡମପଡା ବ୍ଲକର ଶୁଖୁଆଖଳା, ବିଲିପଡା, ପଦାନପୁର, ଜୋରଲୁଲ, ଧରସ ଆଦି ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ ଅବସ୍ଥାରେ ଅଛି। ପ୍ରଶାସନ ତରଫରୁ ଏଯାବତ ସରକାରୀ ସହାୟତା ପହଞ୍ଚି ପାରିନାହିଁ। ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ପାଥପୁର ଗାଁରେ ବାଙ୍କିର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କ ତତ୍ତ୍ବାଧାନରେ ଜିଲା କଂଗ୍ରେସ କମିଟି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଅବସରରେ ସେ ବନ୍ୟା ପ୍ରପିଡ଼ିତଙ୍କୁ ରିଲିଫ ସାମଗ୍ରୀ ଯୋଗାଇଦେଇଥିଲେ।

ଜିଲା ସଭାପତି ମାନସ ଚୌଧୁରୀଙ୍କ ସହ ବରିଷ୍ଠ କଂଗ୍ରେସ ନେତା ବିଭୁତି ମିଶ୍ର, ରବୀନ୍ଦ୍ର ମଲ୍ଲିକ, ଡମପଡା ବ୍ଲକ କଂଗ୍ରେସ ସଭାପତି ଅସିତ ବରଣ ପଟ୍ଟନାୟକ, ନକୁଳ ପ୍ରଧାନ, ଆଶିଷ କୁମାର ମହାପାତ୍ର, ଛାତ୍ର କଂଗ୍ରେସ ସଭାପତି ରାକେଶ ବେହେରା, ରବୀନ୍ଦ୍ର ବେହେରା ପ୍ରମୂଖ ପାଥପୁର ଗାଁରେ ପହଞ୍ଚି ବନ୍ୟା ସ୍ଥିତି ସମୀକ୍ଷା ଆଲୋଚନା କରିଥିଲେ। ଏଥିସହ ରିଲିଫରେ ଶୁଖିଲା ଖାଦ୍ୟ ସାମଗ୍ରୀ କଂଗ୍ରେସ ତରଫରୁ ଯୋଗାଇ ଦିଆଯାଇଥିଲା। ବନ୍ୟା ପୀଡିତ ଲୋକଙ୍କ ସହ କଂଗ୍ରେସ କମିଟି ଆଲୋଚନା କରିବା ସହ ଯଥାଶୀଘ୍ର ଚାଷ ଜନିତ କ୍ଷୟକ୍ଷତିର ଆକଳନ କରି ସହାୟତା ପାଇଁ ସରକାରଙ୍କୁ ଦାବି କରାଯିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ। ସେହିପରି ଶିମିଳିପୁର ପଞ୍ଚାୟତର ଶୁଖୁଆଖଳା ଏବଂ ମକୁନ୍ଦପୁର ଅଞ୍ଚଳରେ ସ୍ବେଚ୍ଛାସେବୀ ସଂଗଠନ ମାତୃଭୂମି ପକ୍ଷରୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଥିଲା।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories