www.samajalive.in
Saturday, December 13, 2025
26.1 C
Bhubaneswar

‘ଏମରଜେନ୍ସି’: ଇନ୍ଦିରା ଗାନ୍ଧୀଙ୍କ ବନ୍ଧୁ ଚରିତ୍ରରେ ମହିମା ଚୌଧୁରୀ, ସାମ୍ନାକୁ ଆସିଲା ପ୍ରଥମ ଲୁକ୍‌

ମୁମ୍ବାଇ: ବଲିଉଡ଼ କ୍ବିନ କଙ୍ଗନା ରାଣାୱତ ଆଜିକାଲି ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଏମରଜେନ୍ସି’କୁ ନେଇ ଚର୍ଚ୍ଚାରେ। ଏଥିରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା  ଭୂମିକାରେ ନଜର ଆସିବେ। କିଛି ଦିନ ତଳେ ଫିଲ୍ମରୁ କଙ୍ଗନାଙ୍କ ଲୁକ୍‌ ସାମ୍ନାକୁ ଆସିଥିଲା, ଯାହାକୁ ଲୋକେ ଖୁବ୍‌ ପସନ୍ଦ କରିଥିଲେ। ଏବେ ଫିଲ୍ମରୁ ଲୋକପ୍ରିୟ ଅଭିନେତ୍ରୀ ମହିଳା ଚୌଧୁରୀଙ୍କ ପ୍ରଥମ ଲୁକ୍‌ ଶେୟାର କରାଯାଇଛି। ଏହି ଚଳଚ୍ଚିତ୍ରରେ ମହିମା ଭାରତୀୟ ସାଂସ୍କୃତିକ କାର୍ଯ୍ୟକର୍ତ୍ତା ତଥା ଲେଖିକା ପୁପୁଲ ଜୟକରଙ୍କ ଭୂମିକାରେ ଅଭିନୟ କରିଛନ୍ତି।

ଟ୍ୱିଟରରେ ଫିଲ୍ମର ପୋଷ୍ଟର ଶେୟାର କରି କଙ୍ଗନା ଲେଖିଛନ୍ତି, ଜୟକରଙ୍କ ଭୂମିକାରେ ଅଭିନୟ କରୁଛନ୍ତି ମହିମା। ପୁପୁଲ ଜୟକର, ଯିଏ ଆଇରନ୍ ଲେଡିଙ୍କ ଜୀବନର ସମସ୍ତ ଉତ୍ଥାନ ପତନକୁ ଅତି ନିକଟରୁ ଦେଖିଛନ୍ତି। ଅପରପକ୍ଷେ, ମହିମା ଚୌଧୁରୀ ଫିଲ୍ମର ପୋଷ୍ଟର ଶେୟାର କରି ଲେଖିଛନ୍ତି, ‘ଏମରଜେନ୍ସି’ ଚଳଚ୍ଚିତ୍ରରେ ପୁପୁଲ ଜୟକରଙ୍କ ଚରିତ୍ରରେ ଅଭିନୟ କରୁଥିବାରୁ ଉତ୍ସାହିତ ଏବଂ ସମ୍ମାନିତ ଅନୁଭବ କରୁଛନ୍ତି। ସେ ଆହୁରି ଲେଖିଛନ୍ତି ଯେ, କଙ୍ଗନା ରାଣାୱତ ତୁମେ ପ୍ରକୃତରେ ପ୍ରତିଭାଶାଳୀ, ନିର୍ଭୀକ ଏବଂ ସାହସୀ। ‘ଏମରଜେନ୍ସି’ରେ ତୁମ ସହିତ କାମ କରି ମୁଁ ଗର୍ବିତ।

- Advertisement -

ମହିମା ଚୌଧୁରୀଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ଶ୍ରେୟସ୍ ତଲପଡେ ଏବଂ ଅନୁପମ ଖେରଙ୍କ ଭୂମିକାର ପୋଷ୍ଟର ମଧ୍ୟ ରିଲିଜ୍ ହୋଇଛି। ଅନୁପମ ଖେରଙ୍କୁ ଫିଲ୍ମରେ ବିପ୍ଳବୀ ନେତା ଜେପି ନାରାୟଣଙ୍କ ଭୂମିକାରେ ଦେଖିବାକୁ ମିଳିବ। ସେହିପରି ଶ୍ରେୟସ୍ ତଲପଡେ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ନଜର ଆସିବେ।

ଉଲ୍ଲେଖଯୋଗ୍ୟ, କଙ୍ଗନା ରାଣାୱତ ନିଜେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି। କୁହାଯାଉଛି ଯେ, ଆସନ୍ତା ବର୍ଷ ଜୁନ୍ ୨୫ ତାରିଖରେ ‘ଏମରଜେନ୍ସି’ ମୁକ୍ତିଲାଭ କରିବ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories