www.samajalive.in
Monday, December 8, 2025
13.1 C
Bhubaneswar

୪ ଦିନିଆ ଭାରତ ଗସ୍ତରେ ଆସିବେ ବିମଷ୍ଟେକ୍‍ ମହାସଚିବ ତେନ୍‍ଜିନ୍‍ ଲେକଫେଲ୍‍

ଡେସ୍କ: ଆସନ୍ତାକାଲି (ସୋମବାର) ଠାରୁ ୪ଦିନ ପାଇଁ ଭାରତ ଗସ୍ତରେ ଆସିବେ ବିମଷ୍ଟେକ୍‍ର ମହାସଚିବ ତେନ୍‍ଜିନ୍‍ ଲେକଫେଲ୍‍। ବିମଷ୍ଟେକ୍‍ ହେଉଛି ବଙ୍ଗୋପସାଗର ଉପକୂଳବର୍ତ୍ତୀ ଦେଶଗୁଡ଼ିକ ପାଇଁ ବହୁକ୍ଷେତ୍ରୀୟ ବୈଷୟିକ ଓ ଅର୍ଥନୈତିକ ସହଯୋଗ। ବୈଦେଶିକ ସଚିବ ସୌରଭ କୁମାରଙ୍କ ନିମନ୍ତ୍ରଣ କ୍ରମେ ଲେକଫେଲ୍‍ ୪ ଦିନ ପାଇଁ ଭାରତ ଗସ୍ତରେ ଆସୁଛନ୍ତି। ଗତ ମାର୍ଚ୍ଚ ୩୦ ତାରିଖରେ କଲମ୍ବୋଠାରେ ଅନୁଷ୍ଠିତ ୫ମ ବିମଷ୍ଟେକ୍‍ ଶୀର୍ଷ ସମ୍ମିଳନୀରେ ୭ଟି ଦେଶ ଦ୍ୱାରା ବିମ୍‍ଷ୍ଟେକ୍‍ ସନନ୍ଦ ଗୃହୀତ ହୋଇଥିଲା।

ଏହି ଦେଶଗୁଡ଼ିକୁ ନେଇ ଏକ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ଆଞ୍ଚଳିକ ସଂଗଠନ ଓ ଅନ୍ତର୍ଜାତୀୟ ସ୍ତରରେ ଏକ ପୃଥକ୍‍ ସଂଗଠନ ଭାବେ ପରିଚିତ କରାଇବା ପାଇଁ ସନନ୍ଦରେ ଉଲ୍ଲେଖ ରହିଛି। ନୂଆକରି ଗଠନ କରାଯାଇଥିବା ଆଞ୍ଚଳିକ ସଂଗଠନ ଏବଂ ବିମଷ୍ଟେକ୍‍ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ଭାରତ ଗୁରୁତ୍ୱ ପ୍ରଦାନ କରୁଥିବାରୁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ନିମନ୍ତ୍ରଣ କରାଯାଇଛି ବୋଲି ଏକ ପ୍ରେସ୍‍ ବିଜ୍ଞପ୍ତିରେ କୁହାଯାଇଛି। ବିମଷ୍ଟେକ୍‍ କଲମ୍ବୋ ଶୀର୍ଷ ବୈଠକରେ ଏହି ଗୋଷ୍ଠୀ ସହ ଜଡିତ ଦେଶଗୁଡ଼ିକ ମଧ୍ୟରେ ପରିବହନ ସଂଯୋଗ ସ୍ଥାପନ ମାଷ୍ଟର ଯୋଜନା ଓ ବହୁବିଧ ନେଟୱର୍କ ସ୍ଥାପନ ଲାଗି ପ୍ରସ୍ତାବ ରହିଛି।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories