www.samajalive.in
Thursday, December 11, 2025
13.1 C
Bhubaneswar

କଲାମଙ୍କ ପିଲାବେଳ : ଖବରକାଗଜ ବିକି ଉଠାଉଥିଲେ ପଢା ଖର୍ଚ୍ଚ

ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ସମ୍ମାନରେ ସମ୍ମାନିତ ଅବୁଲ ପାକିର ଜୈନୁଲାବ୍‍ଦୀନ ଅବ୍‍ଦୁଲ କଲାମ ସାରା ଦେଶରେ ଏପିଜେ ଅବ୍‍ଦୁଲ କଲାମ ନାମରେ ସୁପରିଚିତ। ବୈଜ୍ଞାନିକ କଲାମ ୨୦୦୨ ରୁ ୨୦୦୭ ପର୍ଯ୍ୟନ୍ତ ଏକାଦଶ ରାଷ୍ଟ୍ରପତି ଭାବେ ଦେଶର ସେବା କରିଥିଲେ। ମିସାଇଲ୍‍ ମ୍ୟାନ୍‍ ଭାବେ ପ୍ରସିଦ୍ଧ କଲାମ ସର୍ବଦା ଦେଶର ପ୍ରଗତି ଓ ବିକାଶ ପାଇଁ ଚେଷ୍ଟାରତ ଥିଲେ।

ଏପିଜେ ଅବ୍‍ଦୁଲ କଲାମ ୧୯୩୧ ମସିହା ୧୫ ଅକ୍ଟୋବରରେ ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡ଼ୁର ରାମେଶ୍ୱରମ୍‍ ଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ଜୈନୁଲାବ୍‍ଦୀନ ମରକାୟର ବୃତ୍ତିରେ ଜଣେ ନାବିକ ଥିଲେ। ସେ ପାଞ୍ଚ ଭାଇ ଭଉଣୀ ଥିଲେ ଓ ଏତେ ବଡ଼ ପରିବାରକୁ ପୋଷିବା ପାଇଁ ପିତାଙ୍କର ଅର୍ଥାଭାବ ଥିଲା। ତେଣୁ ପ୍ରାରମ୍ଭିକ ଶିକ୍ଷା ଜାରି ରଖିବା ପାଇଁ କଲାମଙ୍କୁ ଖବରକାଗଜ ବିକ୍ରି କରିବାକୁ ପଡ଼ିଥିଲା।

- Advertisement -

ଆଠ ବର୍ଷ ବୟସରୁ କଲାମ ପ୍ରାତଃ ୪ ଟା ସମୟରୁ ଉଠି, ଗାଧୋଇ ଗଣିତ ପଢିବା ପାଇଁ ଚାଲିଯାଉଥଲେ। ସକାଳୁ ଗାଧୋଇ ଯିବାର କାରଣ, ପ୍ରତ୍ୟେକ ବର୍ଷ ପାଞ୍ଚ ଜଣ ପିଲାଙ୍କୁ ମାଗଣାରେ ଗଣିତ ପଢାଉଥିବା ତାଙ୍କ ଶିକ୍ଷକ ଗାଧୋଇ ଆସି ନ ଥିବା ପିଲାଙ୍କୁ ପଢାଉ ନ ଥିଲେ। ଟ୍ୟୁସନରୁ ଆସିବା ପରେ ସେ ନମାଜ ପଢୁଥିଲେ ଓ ତା’ପରେ ସକାଳ ୮ଟା ସମୟରେ ରାମେଶ୍ୱରମ୍‍ ରେଳ ଷ୍ଟେସନ ଓ ବସ ଷ୍ଟାଣ୍ଡକୁ ଖବର କାଗଜ ବିକ୍ରି କରିବା ପାଇଁ ବାହାରି ଯାଉଥିଲେ  ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories