ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷ ପାଇଁ ଆଉ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ। ଏହା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ। କୌଣସି ବିଭ୍ରାନ୍ତିକର ଖବର ଦ୍ୱାରା ପ୍ରଭାବିତ ହୋଇ ସମୟ ଅପଚୟ ନକରି ପାଠପଢ଼ାରେ ମନୋନିବେଶ କରିବା ପାଇଁ ମନ୍ତ୍ରୀ ଶ୍ରୀ ଦାସ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ବାତ୍ୟା ତିତ୍ଲି ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲାରେ ଜନଜୀବନ ବିପର୍ଯ୍ୟସ୍ତ ହେବ ବୋଲି ସତର୍କ ସୂଚନା ମିଳିବା ପରେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପ୍ରକାଶିତ ନିର୍ଦେଶନାମା ଅନୁଯାୟୀ ରାଜ୍ୟର ସମସ୍ତ କଲେଜ ଛାତ୍ର ସଂସଦ ନିର୍ବାଚନକୁ ଚଳିତ ଶିକ୍ଷା ବର୍ଷ ୨୦୧୮-୧୯ ନିମନ୍ତେ ବାତିଲ କରାଯାଇଛି।
Popular Categories



