www.samajalive.in
Sunday, December 14, 2025
23.1 C
Bhubaneswar

ଦେଶ ଛାଡ଼ିପାରିବେନି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ; ସିସୋଦିଆଙ୍କ ନାଁରେ ଲୁକଆଉଟ୍‌ ସର୍କୁଲାର ଜାରି

ନୂଆଦିଲ୍ଲୀ:  ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାଁରେ ସିବିଆଇ ଲୁକଆଉଟ୍‌ ସର୍କୁଲାର ଜାରି କରିଛି । ନୂଆ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିସୋଦିଆଙ୍କ ନାଁରେ ଲୁକଆଉଟ୍‌ ସର୍କୁଲାର ଜାରି ହୋଇଥିବା ବେଳେ ମନୀଷ ସିସୋଦିଆଙ୍କ ସମେତ ୧୪ ଜଣଙ୍କ ବିରୋଧରେ ନୋଟିସ୍‌ ଜାରି ହୋଇଛି । ଏହି ନୋଟିସ୍‌ ଜାରି ହେବା ଫଳରେ ସିସୋଦିଆ ଓ ଅନ୍ୟ ୧୩ଜଣ ବିଦେଶ ଯାଇପାରିବେ ନାହିଁ । ଏହା ପୂର୍ବରୁ ସିସୋଦିଆଙ୍କ ବନ୍ଧୁଙ୍କୁ ସିବିଆଇ ଜେରା କରିଥିଲା ।

ତାହା ସହିତ ପ୍ରାୟ ୧୫ ଘଣ୍ଟା ଧରି ସିବିଆଇ ତାଙ୍କ ବାସ ଭବନରେ ଚଢ଼ାଉ କରିଥିଲା । ଏହି ଘଟଣାକୁ ନେଇ ସିବିଆଇ ମଧ୍ୟ ପ୍ରତିକ୍ରିୟା ରଖିଛି । ସିବିଆଇ କାହିଛି କି, ଏହି ଦୁର୍ନୀତି ଘଟଣାରେ ତିନିଜଣ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରାଯାଇଛି । ଦିଲ୍ଳୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନ ସମେତ ୩୧ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ଜବତ ହୋଇଥିବାର ଡକ୍ୟୁମେଣ୍ଟର ଯାଞ୍ଚ କରାଯାଉଛି । ଏନେଇ ଅଧିକ ତଦନ୍ତ ମଧ୍ୟ ଚାଲିଥିବା କହିଛି ସିବିଆଇ ।

- Advertisement -

ସୂଚନା ଥାଉ କି ଗତକାଲି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରିବା ସହ ତାଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗକୁ ସେ ଖଣ୍ଡନ କରିଥିଲେ । ଆଉ ସେ ଆହୁରି କହିଥିଲେ କି, ତାଙ୍କୁ ଏହି ୨ରୁ ୩ ଦିନ ଭିତରେ ଗିରଫ କରାଯାଇପାରେ । ହେଲେ ଆଜି ସିବଆଇ ତାଙ୍କ ବିରୋଧରେ ଲୁକଆଉଟ୍‌ ସର୍କୁଲାର ଜାରି କରିଛି ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories