ମାନହାନି ମାମଲାରେ କେଜରିୱାଲ୍ ଦୋଷମୁକ୍ତ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଆପ୍ର ପୂର୍ବତନ ନେତା ଯୋଗେନ୍ଦ୍ର ଯାଦବଙ୍କୁ ସ୍ଥାନୀୟ ଏକ ଅଦାଲତ ମାନହାନି ମାମଲାରେ ଦୋଷମୁକ୍ତ କରିଛନ୍ତି । ଏହି ୩ଜଣଙ୍କ ବିରୋଧରେ ଆଇନଜୀବୀ ସୁରେନ୍ଦ୍ର ଶର୍ମା ମାନହାନି ମକଦ୍ଦମା ରୁଜୁ କରିଥିଲେ। ସୁରେନ୍ଦ୍ର ଦର୍ଶାଇଥିଲେ ୨୦୧୩ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କୁ ଆମ୍ ଆଦମୀ ପାର୍ଟି (ଆପ୍) ଯୋଗାଯୋଗ କରି ଦଳ ତରଫରୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦେଇଥିଲା। ତେବେ କିଛିଦିନ ପରେ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣି ଦଳ ଟିକଟ ଦେଇନଥିଲା। ଏଥିସହ କେଜରିୱାଲ୍ ତାଙ୍କ ବିରୋଧରେ ବିଭିନ୍ନ ଖବରକାଗଜରେ ଅପମାନସୂଚକ ମନ୍ତବ୍ୟ ପ୍ରଦାନ କରିଥିଲେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ମାଜିଷ୍ଟ୍ରେଟ୍ ବିଧି ଗୁପ୍ତା ଆନନ୍ଦ ମାନହାନି ମାମଲାକୁ ଖାରଜ କରି ଦେଇଥିଲେ।
Comments are closed.