www.samajalive.in
Saturday, December 13, 2025
26.1 C
Bhubaneswar

ଚିକିତ୍ସା ଓ ପ୍ରତିରୋଧ ଉପରେ ପ୍ରଶିକ୍ଷଣ ଶିବିର

ସମ୍ବଲପୁର: ସମ୍ବଲପୁର ଜିଲାର ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଧନକଉଡା ଠାରେ ଶନିବାର ତରଳ ଝାଡାର ଚିକିତ୍ସା ଓ ପ୍ରତିରୋଧ ଉପରେ ଆଶା କର୍ମୀ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ୨୦ ଜଣ ଆଶା କର୍ମୀ ମାନଙ୍କୁ ଡା. ଦିଲୀପ କୁମାର ମୁଦୁଲୁ ତରଳ ଝାଡା ପ୍ରତି ସର୍ତକ ଓ ସଚେତନ ରହିବା ପାଇଁ କହିଥିଲେ। ଏଥି ସହ ପାଇଖାନାର ବ୍ୟବହାର, ହାତକୁ ଭଲ ଭାବରେ ଧୋଇବା, ପାଣି ଫୁଟାଇ ପିଇବା, ତରଳ ଝାଡା ହେଲେ ଓଆରଏସ ବ୍ୟବହାର ଆଦି ବିଭିନ୍ନ ପ୍ରତିଷେଧକ ଉପାୟ ବିଷୟରେ ବୁଝାଇଥିଲେ। ପ୍ରତି ଘରେ ଓଆରଏସ ବଣ୍ଟନ ନିମନ୍ତେ ଓଆରଏସ ପ୍ୟାକେଟ ଏବଂ ଜଳ ବିଶୁଦ୍ଧ କରିବା ନିମନ୍ତେ ହାଇଲୋଜେନ ବଟିକା ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଦିଲୀପ କୁମାର ନନ୍ଦ ପରିଚାଳନା କରିଥିବା ବେଳେ ସୁପ୍ରଭାତ ସାହୁ, ରାମଚନ୍ଦ୍ର ରାଉତ ପ୍ରମୁଖ ସକ୍ରିୟ ସହାୟତା କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories