www.samajalive.in
Sunday, December 14, 2025
26.1 C
Bhubaneswar

ସ୍ୱାଧୀନତାର ଅମୃତ ମହୋତ୍ସବ ପାଇଁ ଦେଶାତ୍ମବୋଧକ ସଂଗୀତ ଗାନ

ଗୁରୁଡ଼ିଝାଟିଆ: ସ୍ୱାଧୀନତାର ଅମୃତ ମହୋତ୍ସବ ଉପଲକ୍ଷେ ଗୁରୁଡ଼ିଝାଟିଆ ମହାବିଦ୍ୟାଳୟ ପରିସରରେ ଓଡିଆଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦେଶାତ୍ମବୋଧକ କବିତା ପାଠଚକ୍ର ଅନୁଷ୍ଠିତ ହୋଇଛି। ବିଶିଷ୍ଟ ଆଇନଜୀବି ତଥା ଫଣୀଭୂଷଣ ରଥଙ୍କ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆୟୋଜିତ ଏହି କବିତା ପାଠୋତ୍ସବକୁ ଉଦଘାଟନ କରିଥିଲେ। ୨୦ଜଣ କବି ଓ କବୟିତ୍ରୀ ସ୍ୱଚରିତ କବିତା ପାଠ କରିଥିଲେ। ଡାକ୍ତର ଦୀନବନ୍ଧୁ ମହାରଣା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପାଠୋତ୍ସବରେ କବି ଅନିରୁଦ୍ଧ ନନ୍ଦ, ସୁବାସ ଚନ୍ଦ୍ର ନାୟକ, ରମ୍ଭାବତୀ ସାହୁ, ବସନ୍ତ କୁମାର ସାହାଣୀ, ବାସୁଦେବ ଥାଟୋଇ, ବିପିନ ବିହାରୀ ପ୍ରଧାନ, ସୁବାସ ଚନ୍ଦ୍ର ମହାନ୍ତି, ପ୍ରତାପ କିଶୋର ମହାପାତ୍ର, ରଞ୍ଜନ କୁମାର ସାହୁ, ପ୍ରଦୀପ କୁମାର ନାୟକ, ଡଃ ଦିଲ୍ଲିପ କୁମାର ପରିଡ଼ା ପ୍ରମୁଖ କବିତାପାଠ କରିଥିଲେ। ସାହିତ୍ୟିକ ସୁରେଶ ପ୍ରଧାନ ଅତିଥି ପରିଚୟ ଓ ସ୍ୱାଗତଭାଷଣ ପ୍ରଦାନ କରିଥିବା ବେଳେ ରଶ୍ମୀରଞ୍ଜନ ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories