www.samajalive.in
Sunday, December 14, 2025
23.1 C
Bhubaneswar

ନୁଆଁଖାଇ ଉପଲକ୍ଷେ ଦ୍ୱିଦିବସୀୟ ପ୍ରତିଯୋଗୀତା ଆରମ୍ଭ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଁଖାଇ ଉପଲକ୍ଷେ ସମ୍ବଲପୁରର ଅନ୍ୟତମ ପୁରାତନ ଚିତ୍ରୋତ୍ପଳା ଯୁବକ ସଂଘ ନନ୍ଦପଡ଼ା ତରଫରୁ ୨ ଦିନ ଧରି ବିଭିନ୍ନ ପ୍ରତିଯୋଗୀତା ଆୟୋଜିତ ହେଉଛି। ଛାତ୍ରଛାତ୍ରୀ ଓ ଉଦୟୀମାନ ଚେସ ଖେଳାଳି ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଦ୍ୱିଦିବସୀୟ ଏହି ପ୍ରତିଯୋଗୀତା ସମୁହରେ ଚେସ, ପ୍ରବନ୍ଧ, ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗୀତା ସାମିଲ କରାଯାଇଛି। ନନ୍ଦପଡ଼ା ସ୍ଥିତ ବାଲୁଙ୍କେଶ୍ୱର କଲ୍ୟାଣ ମଣ୍ଡପ ଠାରେ ଶନିବାର ସକାଳ ୧୦ଟା ସମୟରେ ଏହା ଉଦଘାଟିତ ହୋଇଯାଇଛି। ଶନିବାର ଚେସ ଓ ପ୍ରବନ୍ଧ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି।

ବରିଷ୍ଠ ଓ କନିଷ୍ଠ ବର୍ଗରେ ଆୟୋଜିତ ହେଉଥିବା ଦ୍ୱିଦିବସୀୟ ଚେସ ପ୍ରତିଯୋଗୀତାରେ ସମୁଦାୟ ୫ ରାଉଣ୍ଡ ଖେଳ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରଥମ ଦିବସରେ ୨ ରାଉଣ୍ଡ ଖେଳ ଶେଷ ହୋଇଛି। ଏଥିରେ ନଗେନ୍ଦ୍ର କୁମାର ପୁରୋହିତ, ସୁବିର କୁମାର ପାଢ଼ୀ ଓ ସାଇ ସମ୍ବିତ ପାରିଜା ୨ ପଏନ୍ଟ ଲେଖାଏଁ ନେଇ ଆଗରେ ରହିଛନ୍ତି। ଚେସ ପ୍ରତିଯୋଗୀତାକୁ ଆର୍ବିଟର ସଞ୍ଜୟ ମହାପାତ୍ର ଓ ପ୍ରମୋଦ କୁମାର ସାହୁ ପରିଚାଳନା କରୁଛନ୍ତି। ରବିବାର ଦ୍ୱିତୀୟ ଦିବସରେ ଚେସର ବାକି ରହିଥିବା ୩ ରାଉଣ୍ଡ ଖେଳ ହେବ।

- Advertisement -

ଶନିବାର ଅପରାହ୍ନରେ ୨ଟାରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି। ବରିଷ୍ଠ ବର୍ଗରେ ୧୧ ଶ୍ରେଣୀରୁ ଉର୍ଦ୍ଧ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିବା ବେଳେ କନିଷ୍ଠ ବର୍ଗରେ ୫ମ ରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏହି ପ୍ରତିଯୋଗୀତାରେ ଭାଗ ନେଇଥିଲେ। ବରିଷ୍ଠ ବର୍ଗରେ ‘ବିଶ୍ୱ ଓ କରୋନା ମହାମାରୀ ଅଥବା ଜଳ ପ୍ରଦୂଷଣ’ ବିଷୟବସ୍ତୁ ରହିଥିବା ବେଳେ କନିଷ୍ଠ ବର୍ଗରେ ‘ନୁଆଁଖାଇ କିମ୍ବା ମୋ ପ୍ରିୟ ବିଦ୍ୟାଳୟ’ ବିଷୟବସ୍ତୁ ଉପରେ ପ୍ରବନ୍ଧ ଲେଖିଥିଲେ।

ଏହି ପ୍ରତିଯୋଗୀତାରେ ପ୍ରତିଭାଗୀ ମାନଙ୍କର ସୁବିଧା ପାଇଁ ସମ୍ବଲପୁରୀ, ଓଡିଆ, ହିନ୍ଦି ଓ ଇଂରାଜୀ ଭାଷା ମଧ୍ୟରୁ ଯେକୌଣସି ଭାଷାରେ ଲେଖିବାର ସୁଯୋଗ ଦିଆଯାଇଥିଲା। ବିଚାରକ ଦାୟିତ୍ୱ ଡ. ସିଦ୍ଧାର୍ଥ ପଣ୍ଡା ତୁଲାଇ ଥିଲେ। ନୁଆଁଖାଇ ଉପଲକ୍ଷେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମ ଗୁଡିକୁ ସଂଘର କର୍ମକର୍ତ୍ତା ମାନେ ଆୟୋଜନ ଓ ପରିଚାଳନାରେ ସକ୍ରିୟ ସହାୟତା କରୁଛନ୍ତି। ସୂଚନାଯୋଗ୍ୟ ଯେ, କରୋନାର ୨ ବର୍ଷ ଅନ୍ତରାଳ ପରେ ଉତ୍ସାହର ସହିତ ନୁଆଁଖାଇଁ ଭେଟଘାଟ କାର୍ଯ୍ୟକ୍ରମ ଚିତ୍ରୋତ୍ପଳା ଯୁବକ ସଂଘ ତରଫରୁ ଆୟୋଜନ କରାଯାଉଛି। ଏଥି ପାଇଁ ଆୟୋଜିତ ହେଉଥିବା ପ୍ରତିଯୋଗୀତା ଗୁଡିକର କୃତୀ ପ୍ରତିଯୋଗୀ ମାନଙ୍କୁ ଆସନ୍ତା ୧ ତାରିଖ ନୁଆଁଖାଇଁ ଭେଟଘାଟ କାର୍ଯ୍ୟକ୍ରମରେ ସମ୍ମାନୀତ କରାଯିବ ବୋଲି ଆୟୋଜକ ମାନଙ୍କ ତରଫରୁ ସୂଚନା ଦିଆଯାଇଛି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories