ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସମୀକ୍ଷା ବୈଠକ

ବୌଦ୍ଧ: ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମାସିକ ସମୀକ୍ଷା ବୈଠକ ଜିଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି ଜିଲାପାଳ ଶ୍ରୀଯୁକ୍ତ ସାହୁ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିନରେ ଚାଲିଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ସହିତ ବାକିଥିବା କାର୍ଯ୍ୟକୁ ଗୁରୁତ୍ୱର ସହ ସମାପ୍ତ କରିବା ପାଇଁ ବୈଠକରେ ପରାମର୍ଶ ଦେଇଥିଲେ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ସନତ କୁମାର ନାଏକ, ଜିଲା ସମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୂଜାହାରୀ, ଉପ ସମାଜିକ ସୁରକ୍ଷା ଅଧିକାରୀ ବୀରେନ୍ଦ୍ର କହଁର ସାମାଜିକ ସୁରକ୍ଷା କର୍ମକର୍ତ୍ତା ଯୋଗଦାନ କରିଥିଲେ

kalyan agarbati

Comments are closed.