www.samajalive.in
Sunday, December 7, 2025
16.1 C
Bhubaneswar

ବୌଦ୍ଧ ସହରର ବିକାଶ ନେଇ ଜିଲାପାଳ ଓ ଏନଏସି ଅଧ୍ୟକ୍ଷଙ୍କ ଆଲୋଚନା

ବୌଦ୍ଧ: ବୌଦ୍ଧ ସହରର ବିକାଶ ନେଇ ଜିଲାପାଳ ସତ୍ୟରଞ୍ଜନ ସାହୁ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିବା ଜଣାପଡ଼ିଛି ପୂର୍ବତନ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଏନଏସି ଅଧ୍ୟକ୍ଷ ଶ୍ରୀମିଶ୍ରଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଯୋଗୁଁ ବୌଦ୍ଧ ସହରର ବିକାଶ ତ୍ୱରାନ୍ୱିତ ହୋଇପାରିଥିଲା ଯଦିଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଏକ ସ୍ୱୟଂଶାସିତ ଅନୁଷ୍ଠାନ ଏବଂ ଅଧ୍ୟକ୍ଷ ଏହାର ସର୍ବମୟ କର୍ତ୍ତା ତାହା ସତ୍ୱେ ସହରରେ ଅନେକ ବିକାଶମୂଳକ ପ୍ରକଳ୍ପ ଅଧା ହୋଇ ରହିଥିବାବେଳେ ଜିଲା ପ୍ରଶାସନ ସହ ଉତ୍ତମ ତାଳମେଳ ନରହିଲେ ସେଗୁଡିକ ସଂପୂର୍ଣ୍ଣ ହେବା କଷ୍ଟକର ହୋଇପଡିବ ଶୁକ୍ରବାର  ପୂର୍ବାହ୍ନରେ ଏନଏସି ଅଧ୍ୟକ୍ଷ ଶ୍ରୀମିଶ୍ର ନବନିଯୁକ୍ତ ଜିଲାପାଳ ଶ୍ରୀଯୁକ୍ତ ସାହୁଙ୍କ ସୌଜନ୍ୟମୂଳକ ସାକ୍ଷାତ କରିବାକୁ ପହଞ୍ଚିଥିବାବେଳେ ଉଭୟଙ୍କ ମଧ୍ୟରେ ସହରର ପାର୍କିଂ ସମସ୍ୟା, ବସଷ୍ଟାଣ୍ଡର ଉନ୍ନତିକରଣ, ମର୍ଯ୍ୟାକୁଦ ସେତୁର ଆଲୋକୀକରଣ, ସହରରେ ସବୁଜିମା ବୃଦ୍ଧି ସହିତ ସୌନ୍ଦର୍ଯ୍ୟକରଣ, ଐତିହାସିକ ଗଡଖାଇର ପୁନରୁଦ୍ଧାର,ଜବରଦଖଲ ଉଚ୍ଛେଦ, ଯାଗା ମିଶନ, ବୁଲା ଗୋରୁଗାଈଙ୍କ ଥଇଥାନ, ୱାଲ ପେଣ୍ଟିଂ, ସହରର ଉତ୍ତମ ଡ୍ରେନେଜ ବ୍ୟବସ୍ଥା ସହ ତୁରନ୍ତ ଏହାକୁ ମୁନିସିପାଲିଟି ଘୋଷଣା କରାଯିବା ନେଇ ଆବଶ୍ୟକୀୟ ପଦକ୍ଷେପ ସଂପର୍କରେ ଆଲୋଚନା ହୋଇଥିଲା

ସହରର ବିକାଶ ରୋକିବନାହିଁ ଜିଲାପ୍ରଶାସନ ପକ୍ଷରୁ ସବୁ କ୍ଷେତ୍ରରେ ସଂପୂର୍ଣ୍ଣ ସହଯୋଗ ଯୋଗାଇ ଦିଆଯିବ ବୋଲି ଜିଲାପାଳ ଶ୍ରୀସାହୁ ପ୍ରତିଶ୍ରୁତି ଦେବା ସହିତ ସମସ୍ତ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅଧ୍ୟକ୍ଷ ଶ୍ରୀମିଶ୍ରଙ୍କୁ ପରାମର୍ଶ ଦେଇଥିଲେ ପରେ ପରେ ଏନଏସି ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଜିଲା ସଂସ୍କୃତି ପରିଷଦର ୨୦୨୨୨୩ ମସିହାର ସଂସ୍କୃତି କ୍ୟାଲେଣ୍ଡରକୁ ଜିଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ଉପସ୍ଥାପନ କରିଥିଲେ ସେହିପରି ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ଜିଲା ସୂଚନା ଲୋକସଂପର୍କ ବିଭାଗ ପକ୍ଷରୁ ରାଜ୍ୟସାରା ଅହିଂସା ରଥ ପରିକ୍ରମା କରୁଥିବା ବେଳେ ବୌଦ୍ଧ ଜିଲାରେ ଏହି ରଥ ଆଗାମୀ ୨୫ ୨୬ ଅଗଷ୍ଟ ଦୁଇଦିନ ଧରି ପରିକ୍ରମା କରିବ ବୋଲି ଜିଲା ସୂଚନା ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ବୈଠକରେ ସୂଚନା ପ୍ରଦାନ କରିଥିଲେ ଏବଂ ରଥ ପରିକ୍ରମା ରୁଟଚାର୍ଟ ଉପସ୍ଥାପନ କରିଥିଲେ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା,ଜିଲାପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories